vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

Hindustan Zincରୁ ଅଂଶଧନ ବିକ୍ରି କରିବାକୁ ସରକାରଙ୍କ ମଞ୍ଜୁରୀ, ୩୦୦ ଟଙ୍କା ଉପରେ ପହଞ୍ଚିଲା ସେୟାର ମୂଲ୍ୟ

25/05/2022 at 4:32 PM

ନୂଆଦିଲ୍ଲୀ: ଏଲଆଇସି ପରେ ଏବେ ଆଉ ଏକ କମ୍ପାନୀରୁ ନିଜର ପୁଞ୍ଜି ଫେରାଇ ନେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର Hindustan Zinc ନିଜର ଅଂଶଧନ ବିକ୍ରି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଖବର ପରେ ସେୟାର ମୂଲ୍ୟ ରକେଟ ବେଗରେ ବଢି ୩୦୦ ଟଙ୍କା ଉପରେ ପହଞ୍ଚିଛି । ବୁଧବାର କାରବାରରେ ସେୟାର ମୂଲ୍ୟ ୬ ପ୍ରତିଶତ ବୃଦ୍ଧି ସହ ୩୧୫ ଟଙ୍କାରେ ପହଞ୍ଚିଛି । ଏହାସହ କମ୍ପାନୀର ବଜାର ପୁଞ୍ଜି ୧ ଲକ୍ଷ ୩୫ ହଜାର କୋଟି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ,  Hindustan Zinc ରେ ସରକାରଙ୍କ ପ୍ରାୟ ୩୭,୦୦୦ କୋଟି ଟଙ୍କା ଅର୍ଥାତ ୨୯.୫୪ କୋଟିର ଅଂଶଧନ ରହିଛି। ଆଜିର ସ୍ଥିତିରେ ଏହି ଅଂଶଧନ ମୂଲ୍ୟ ୩୯,୩୮୫.୬୬ କୋଟି ଟଙ୍କା।  Hindustan Zinc ପୂର୍ବରୁ ସରକାରଙ୍କ ସ୍ୱାମୀତ୍ୱରେ ଥିବା ଏକ ବହୁସଂଖ୍ୟକ କମ୍ପାନୀ ଥିଲା। ତେବେ ୨୦୦୨ରେ କେନ୍ଦ୍ର ସରକାର ଏଥିରୁ ୨୬ ପ୍ରତିଶତ ଅଂଶଧନ ବିକ୍ରି କରିଥିଲେ। ବେଦାନ୍ତ ଗ୍ରୁପ ଏହାକୁ କିଣିଥିଲା। ଏହାପରେ କମ୍ପାନୀ ନିଜର ଅଂଶଧନକୁ ୬୪.୯୨ ପ୍ରତିଶତ ଯାଏଁ ନେବାକୁ ସକ୍ଷମ ହୋଇଥିଲା। ଏବେ କମ୍ପାନୀ ଉପରେ ସରକାରଙ୍କ ସ୍ୱାମୀତ୍ୱ ନାହିଁ।

ପବନ ହଂସ, ଶିପିଂ କର୍ପୋରେସନ ଅଫ୍ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ ମିଲିଟେଡର ବିକ୍ରିରେ ବିଳମ୍ୱ ଏବଂ ଏଲଆଇସିର ଖରାପ ଲିଷ୍ଟିଂ କାରଣରୁ ସରକାର ଅନ୍ୟ ବିକଳ୍ପ ଉପରେ ବିଚାର କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସରକାର ୬୫,୦୦୦ କୋଟି ଟଙ୍କାର ବିନିବେଶ ଲକ୍ଷ୍ୟ ରଖିଛନ୍ତି। ଏଲଆଇସିର ଆଇପିଓ ଜରିଆରେ ସରକାର ଏକ ତୃତୀୟାଂଶ ରାଶି ଏକାଠି କରିବାରେ ସଫଳ ହୋଇଛନ୍ତି।

   Related Posts