କେତେ ଦବଳିଛି ଦେଶର ବଜେଟ୍, ଅର୍ଥମନ୍ତ୍ରୀ କହିଲେ ୧୦ ବର୍ଷର ପରିବର୍ତ୍ତନ

Published By : Prameya-News7 Bureau | May 27, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଗତ ୧୦ ବର୍ଷରେ କେନ୍ଦ୍ରୀୟ ବଜେଟକୁ ନୂଆ ରୂପ ପ୍ରଦାନ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଏହା କହିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ବଜେଟକୁ ଖର୍ଚ୍ଚର ରେକର୍ଡରୁ ବଦଳାଇ ସମାନ ବିତରଣର ରାଜନୀତିକ ଢାଞ୍ଚାରେ ପରିଣତ କରିଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ ସରକାର ଟିକସଦାତାଙ୍କ ଟଙ୍କାର ସର୍ବୋତ୍ତମ ବ୍ୟବହାର କରିବା ଜାରି ରଖିବେ । ତାଙ୍କ କହିବା ଅନୁସାରେ ମୋଦୀ ସରକାର ନିଜ ବଜେଟ୍ ପ୍ରଥାକୁ ଏବଂ ଡାଟାରେ ପାରଦର୍ଶିତାକୁ ପ୍ରାଥମିକତା ଦେଇଛନ୍ତି ।

ନିର୍ମଳା ସୀତାରମଣ କହିଛନ୍ତି ଯେ ପାରଦର୍ଶି ବଜେଟ୍ ଥିବା ଦଶକୁ ଆଇଏମଏଫ ଏବଂ ବିଶ୍ୱ ବ୍ୟାଙ୍କ ପରି ଅନ୍ତରାଷ୍ଟ୍ରୀୟ ସଂସ୍ଥା ଦ୍ୱାରା ଅଧିକ ଅନୁକୂଳ ରୂପେ ଦେଖାଯାଇଥାଏ । ଏହାଦ୍ୱାରା ବୈଶ୍ୱିକ ବିଶ୍ୱାସରେ ସୁଧାର ହୋଇଥାଏ । ଅର୍ଥମନ୍ତ୍ରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଏହା ୟୁପିଏ ସରକାରର ଅଫ୍ ବଜେଟ୍ ଧାର ଏବଂ ଅୟଲ ବଣ୍ଡ ଜାରି କରି କ୍ଷତିକୁ ଲୁଚାଇବା ପାଇଁ ଦୋହରାଯାଉଥିବା ପ୍ରଥାର ବିପରୀତ, ଯାହା କିଛି ମାତ୍ରାରେ ରାଜକୋଷୀୟ ବୋଝକୁ ଭବିଷ୍ୟତର ପିଢିଙ୍କ ପାଇଁ ଟ୍ରାନ୍ସଫର କରିଥିଲା ।

ସେ କହିଛନ୍ତି ଯେ ଗତ ଦଶନ୍ଧିରେ ପୁରୁଣା ବାଧା ଏବଂ ପ୍ରଥାକୁ ପଛରେ ପକାଇ କେନ୍ଦ୍ରୀୟ ବଜେଟର ବିଶ୍ୱାସନୀୟତାରେ ଅନେକ ସୁଧାର ଦେଖାଯାଇଛି । ସୀତାରମଣ କହିଛନ୍ତି ଯେ ଆମ ସରକାର ବଜେଟକୁ କେବଳ ଖର୍ଚ୍ଚର ରେକର୍ଡରୁ ବଦଳାଇ ସମାନ ବିକାଶର ରାଣନୀତିକ ଢାଞ୍ଚାରେ ବଦଳାଇଛି । ଆମେ ନିଜ କରଦାତାଙ୍କ ଦ୍ୱାରା ଜମା କରାଯାଇଥିବା ପ୍ରତ୍ୟେକ ଟଙ୍କାର ବିବେକପୂର୍ଣ୍ଣ ଏବଂ ସଠିକ୍ ବ୍ୟବହାର କରୁଛୁ ।

ସୀତାରମଣ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସରକାରଙ୍କ ଜରିଆରେ ୧୦୮ କେନ୍ଦ୍ରୀୟ ଯୋଜନା (ସିଏସଏସ) ପରିଚାଳନା କରୁଛନ୍ତି, ଯାହାର ବଜେଟ୍ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପ୍ରାୟ ୫.୦୧ ଲକ୍ଷ କୋଟି ଟଙ୍କା । ଅର୍ଥମନ୍ତ୍ରୀ କହିଛନ୍ତି ଯେ ମୋଦୀ ସରକାର ଆଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରିବା, ପାରଦର୍ଶିତା ବଢାଇବା ଏବଂ ବିକଶିତ ଭାରତର ମଜଭୁତ ମୂଳଦୂଆ ପକାଇବା ପାଇଁ ଦରକାର ସୁଧାର ଜାରି ରଖିବା ପାଇଁ ପ୍ରତିବଦ୍ଧ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.