ଶସ୍ତାରେ ସୁନା ବିକୁଛନ୍ତି ମୋଦି ସରକାର, ଫଟାଫଟ ଉଠାନ୍ତୁ ଲାଭ

Published By : Prameya-News7 Bureau | October 07, 2019 IST

ନୂଆଦିଲ୍ଲୀ:  ଦେଶରେ ଏବେ ପାର୍ବଣ ଋତୁ ଲୋକେ ପୋଷାକପତ୍ର ସାଙ୍ଗକୁ ସ୍ୱର୍ଣ୍ଣାଭୂଷଣ ବି କିଣିବେ। ତେବେ ସୁନାର ମୂଲ୍ୟ ବଢୁଥିବା ଯୋଗୁ ଅନେକ ଲୋକ ଇଚ୍ଛା ଥାଇ ମଧ୍ୟ ସ୍ୱର୍ଣ୍ଣଳଙ୍କାର କ୍ରୟ କରିପାରନ୍ତି ନାହିଁ। ତେବେ ମୋଦି ସରକାର ଏବେ ସୁଲଭ ମୂଲ୍ୟରେ ସୁନା ବିକୁଛନ୍ତି। ଏଥିଲାଗି କୌଣସି ଶୁଳ୍କ ବି ପଡିବନି। ଏଣୁ ସରକାରଙ୍କ ଯୋଜନାର ଲାଭ ତୁରନ୍ତ ଉଠାନ୍ତୁ। ସରକାର 'ସୋଭରେନ ଗୋଲ୍ଡ ବଣ୍ଡ'ରେ ଶସ୍ତାମୂଲ୍ୟରେ ସୁନା ବିକୁଛନ୍ତି। ଏଥିରେ ଖୁବ୍ ଶସ୍ତାରେ ସୁନା କିଣିପାରିବେ। ବିକିବା ବେଳେବି ଆପଣଙ୍କୁ ଆୟକର ରିହାତି ମିଳିବ। ତେବେ ଆଉ ବିଳମ୍ବ କାହିଁକି ସୁନା କିଣିବା ଲାଗି ନିଜ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ।

{"id":167398}

ଯୋଜନା ଅନୁସାରେ ସୋଭରେନ ଗୋଲ୍ଡ ବଣ୍ଡରେ ଅକ୍ଟୋବର ୭ ତାରିଖରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ନିବେଶ ଲାଗି ସୁଯୋଗ ମିଳିବ। ଏହି ୫ ଦିନରେ ଏହି ସରକାରୀ ସୁନା କିଣା ଯୋଜନାରେ ନିବେଶ କରି ଲାଭାର୍ଜ୍ଜନ କରିପାରିବେ। ଗତ ଦିନରେ ସୁନାମୂଲ୍ୟ ତାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ତେବେ ଗୋଲ୍ଡ ବଣ୍ଡରେ ନିବେଶ ଆକାରରେ ଆପଣ ଶସ୍ତାରେ ସୁନା ପାଇପାରିବେ।  ସରକାରୀ ଯୋଜନାରେ ପ୍ରତିଗ୍ରାମ ସୁନା ଲାଗି ୩ ହଜାର ୭୮୮ ଟଙ୍କା ଜମା କରିପାରିବେ। ଏହି ଗୋଲ୍ଡ ବଣ୍ଡ ଆପଣ ନିକଟସ୍ଥ ଡାକଘର, ବ୍ୟାଙ୍କ ଅଥବା ଷ୍ଟକ୍ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆରୁ କିଣି ପାରିବେ।

{"id":167399}

ଗୋଲ୍ଡ ବଣ୍ଡର ପରିପକ୍ୱ ଅବଧି ୮ ବର୍ଷ। ଏଥିରେ ଆପଣଙ୍କୁ ବାର୍ଷିକ ୨.୫ ପ୍ରତିଶତ ହାରରେ ସୁଧ ବି ମିଳିବ। ନିବେଶକ ଟ୍ୟାକ୍ସ ସ୍ଲାବ ଅନୁସାରେ ସୁଧ କରଯୋଗ୍ୟ ଅଟେ। ତେବେ ଏହି ନିବେଶର ସୁଧ ଉପରେ ଆୟକର କାଟ ହେବନି। ଏଥିରେ କେହିବି ନିବେଶକ ସର୍ବାଧିକ ୫ଶହ ଓ ସର୍ବ ନିମ୍ନ ୧ ଗ୍ରାମ ସୁନା କିଣିପାରିବେ। ବଜେଟରେ ସୁନା ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ବୃଦ୍ଧି ସହ ୧୨.୫ ପ୍ରତିଶତ କରିଦେଇଛନ୍ତି। ଏହା ଛଡା ବିଶ୍ୱସ୍ତରରେ ସୁନାର ଚାହିଦା ଯୋଗୁ ଦର ନିୟମିତ ବଢିବାରେ ଲାଗିଛି।  ଏଣୁ ଆପଣ ନିଶ୍ଚିତ ଲାଭବାନ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.