ଭାରତ ନଦୀର ମୁନ୍ଦାଏ ପାଣି ପାକିସ୍ତାନ ପାଇଁ ସ୍ବପ୍ନ, ମୋଦି ସରକାର ଦେଇଥିବା କଥା ପାଳନ କଲେ..

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ୧୫/୩: ଭାରତରେ ପ୍ରଭାହିତ ହେଉଥିବା ନଦୀ ପାଣି ପାକିସ୍ତାନକୁ ଯିବ ହେବ ନାହିଁ। ଏଥିପାଇଁ ମୋଦି ସରକାର ପୂର୍ବରୁ ମଧ୍ୟ ନିଷ୍ପତ୍ତି ନେଇ ଥିଲେ। ଜାମ୍ମୁ-କାଶ୍ମୀରର ରାବି ନଦୀର ଶାଖା ଉଜହ ନଦୀର ପାଣି କିପରି ପାକିସ୍ତାନକୁ ଯିବ ନାହିଁ। ସେନେଇ ମୋଦି ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜଳ ଶକ୍ତି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପ କାଶ୍ମୀର କାଠୁଆ ଜିଲ୍ଲାରୁ ଆରମ୍ଭ ହେବ। ସେହି ଅନୁସାରେ ୭୮୧ ଏସ୍‌ସିଏମ୍‌ ପାଣିର ଜଳ ଭଣ୍ଡାର ନିର୍ମାଣ କରାଯିବ। ଏହି ଯୋଜନା ମାଧ୍ୟମରେ ଭାରତରେ ପ୍ରଭାହିତ ହେଉଥିବା ପାଣି କୃଷି ଭିତ୍ତିକା କାର୍ଯ୍ୟରେ ଲାଗିବ।

ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଜଳଶକ୍ତି ରାଜ୍ୟମନ୍ତ୍ରୀ ରତନ ଲାଲ କଟାରିୟାଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ୨୦୧୭ ମସିହା ଜୁଲାଇ ମାସରେ ଏହି ଯୋଜନାକୁ ବୈଷୟିକ ଅନୁମୋଦନ ଦିଆଯାଇଛି। ଏହି କାର୍ଯ୍ୟକୁ ଆହୁରି ତୀବ୍ର କରିବା ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି।

୫,୮୫୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ଶାଖା ନଦୀ ଉଜହ ନଦୀ ପାଇଁ ୭୮୧ ଏମସିଏମ୍‌ ଜଳ ଭଣ୍ଡାର ନିର୍ମାଣ ହେବ। ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହି ପାଣିକୁ ବିନିଯୋଗ କରାଯିବ। ସେହିପରି ଜାମ୍ମୁ-କାଶ୍ମୀର କାଠୁଆ, ହିରାନଗର ଓ ସାମ୍ବା ଜିଲ୍ଲାରେ ୩୧,୩୮୦ ହେକ୍ଟର ଜମିରେ ଜଳସେଚନ ସହ ବିଭିନ୍ନ କାର୍ଯ୍ୟରେ ଲାଗିବ। ଏହା ଏକ ଜାତୀୟ ପ୍ରକଳ୍ପ ସେଥିପାଇଁ କେନ୍ଦ୍ର ସରକାର ୪୮୯୨.୪୭ କୋଟି ଟଙ୍କା ଅନୁଦାନ ଯୋଗାଇ ଦେବେ ବୋଲି ମୋଦି ସରକାର ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.