ଶସ୍ତାରେ ମିଳିବ ସୁନା, କଣ ରହିଛି ମୂଲ୍ୟ ଓ କେମିତି କଣିବେ ପଢନ୍ତୁ

Published By : Prameya-News7 Bureau | January 10, 2022 IST

ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି। ତାହେଲେ ଆପଣଙ୍କ ପାଇଁ ଖୁସି ଖବର। କାହିଁକିନା ଏଥର ଶସ୍ତାରେ ମିଳିବ ସୁନା।  ମୋଦି ସରକାର ଏଥର ଶସ୍ତାରେ ଦେବେ ସୁନା। କିନ୍ତୁ ଆପଣଙ୍କୁ ଏଠି କହି ରଖୁଛୁ ଯେ, ଏହି ଅଫର ଅନୁସାରେ ଆପଣ ସୁନାର କୌଣସି ଜିନିଷ କିଣି ପାରିବେ ନାହିଁ। ଏହା ମିଳିବ ବଣ୍ଡ୍ ଆକାରରେ।  ମୋଦି ସରକାର ପୁଣି ସୋଭରେନ୍ ଗୋଲ୍ଡ ବଣ୍ଡ୍  ନିବେଶ କରିବାକୁ ସୁଯୋଗ ଦେଇଛନ୍ତି।

୧-ତେବେ ଜାଣନ୍ତୁ ସୋଭରେନ୍ ଗୋଲ୍ଡ ବଣ୍ଡ୍ ବିଷୟରେ କିଛି କଥା

୨-ଏହା ଏକ ସରକାରୀ ଗୋଲ୍ଡ ବଣ୍ଡ୍ ଯାହାକି RBI ତରଫରୁ ଜାରି କରାଯାଇଛି।

୩-ଏହି ଗୋଲ୍ଡ ସ୍କିମ୍ ଆଜିଠୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ରହିବ।

୪-ସୋଭରେନ୍ ଗୋଲ୍ଟ ସ୍କିମ୍ ରେ ସୁଦ୍ଧତା ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।

୫-ଏହି ଗୋଲ୍ଡ ସ୍କିମ୍ ର ମୂଲ୍ୟ  ଇଣ୍ଡିଆର ଜୁଏଲର୍ସ ଆସୋସିଏସନ୍ ଦ୍ୱାରା ପ୍ରକାଶିତ ୨୪ କ୍ୟାରେଟ୍ ସୁଦ୍ଧତା ସୁନା ସହ ଲିଙ୍କ୍ କରାଯାଇଛି।

୬-RBI ସୋଭରେନ୍ ଗୋଲ୍ଡ ବଣ୍ଡ୍ ପାଇଁ ପ୍ରତି ଗ୍ରାମକୁ ୪୭୮୬ ଟଙ୍କା ରଖାଯାଇଛି।

୭-ଅନଲାଇନ୍ ଆପ୍ଲାଏ ବା କିମ୍ବା ଡିଜିଟାଲ୍ ପେମେଣ୍ଟ କଲେ ପ୍ରତି ଗ୍ରାମରେ ୫୦ ଟଙ୍କା ଛାଡ ମିଳିବ।  ଆପଣଙ୍କୁ ୧ଗ୍ରାମ୍ ପ୍ରତି ୪୭୩୬ ଟଙ୍କା ଦେବାକୁ ପଡିବ।

୮-ଏହି ସ୍କିମରେ  ୫ବର୍ଷ ପର୍ଯ୍ୟନ୍ତ ଲକ୍ଇନ୍ ପିରିୟଡ୍ ଥାଏ ଯାହାକି ୮ବର୍ଷ ପରେ ମାଚ୍ୟୁରିଟି ହୋଇଥାଏ।

୯-RBI ବ୍ୟାଙ୍କ୍ ର ବିଭିନ୍ନ ବ୍ରାଞ୍ଚ ଗୁଡିକ, ପୋଷ୍ଟ ଅଫିସ୍ ଓ ଷ୍ଟକ୍ ଏକ୍ସଚେଞ୍ଜ୍  ଜରିଆରେ  ଇନଭେଷ୍ଟ କରିବା ପାଇଁ ଅପସନ୍ ଦେଇଛନ୍ତି।

୧୦-ସୋଭରେନ୍ ଗୋଲ୍ଡ ସ୍କିମରେ ଇସ୍ୟୁ ପ୍ରାଇସ୍ ଉପରେ ପ୍ରତିବର୍ଷ ୨.୫୦ ପ୍ରତିଶତ ଫିକ୍ସଡ୍ ରିଟର୍ଣ୍ଣ ମିଳିବ। ଯାହାକି ପ୍ରତି ୬ ମାସରେ ଆପଣଙ୍କ ଆକାଉଣ୍ଟକୁ ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.