ଏବେ ପ୍ରତି ୬ ବର୍ଷରେ ବଢିବ ଦରମା, ୩ କୋଟି ଲୋକଙ୍କୁ ମିଳିବ ଫାଇଦା !
4/03/2020 at 7:34 PM

ନୂଆଦିଲ୍ଲୀ ୦୪।୦୩- ପ୍ରତ୍ୟେକ ସରକାରୀ ଚାକିରିଆ ଅନ୍ତତଃ ବର୍ଷକୁ ଥରେ ତାଙ୍କର ଦରମା ବୃଦ୍ଧିକୁ ଅପେକ୍ଷା କରି ରହିଥାନ୍ତି। ମାତ୍ର ଯଦି ବର୍ଷକୁ ଦୁଇ ଥର ଦରମା ବଢେ ଦେବେ ଆପଣ ଏହାକୁ ନେଇ କଣ କହିବେ ? ଅର୍ଥାତ ପ୍ରତି ଛଅ ମାସରେ ସରକାରୀ ଚାକିରିଆଙ୍କ ଦରମା ବୃଦ୍ଧି ହେବ। ଶିଳ୍ପ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସରକାରଙ୍କ ଏହି ଯୋଜନା କୌଣସି ଉପହାରଠୁ କମ୍ ନୁହଁ।
ଉଲ୍ଲେଖନୀୟ କେନ୍ଦ୍ର ସରକାର ଦରବୃଦ୍ଧିର ମୁକାବିଲା ଲାଗି ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଯାହାରି ଆଧାରରେ କର୍ମଚାରୀଙ୍କ ଉପରେ ପଡୁଥିବା ମହଙ୍ଗାର ବୋଝଭାରକୁ କମ କରିବା ପାଇଁ ନୂତନ ଦରବୃଦ୍ଧି ସୂଚକାଙ୍କ ହିସାବରେ ସେମାନଙ୍କର ଦରମା ବଢାଯିବ।

ନିୟମ ଅନୁଯାୟୀ ଇଣ୍ଡଷ୍ଟ୍ରିୟାଲ ସେକ୍ଟରରେ କାମ କରୁଥିବା ପ୍ରାୟ ୩ କୋଟି କର୍ମଚାରୀଙ୍କ ଦରମା ଦେଶରେ ବଢୁଥିବା ମହଙ୍ଗାଇ ହିସାବ ରେ ପ୍ରତ୍ୟେକ ଛଅ ମାସରେ ବୃଦ୍ଧି କରାଯିବ। ଏହା ଦ୍ଵାରା କର୍ମଚାରୀଙ୍କ ଉପରେ ମହଙ୍ଗାଇ ବୋଝର ପ୍ରଭାବ କମ ହୋଇ ପାରିବ।

ବିଜନେସ୍ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁଯାୟୀ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ଇଣ୍ଡଷ୍ଟ୍ରିଆଲ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକା ସମ୍ବନ୍ଧିତ ଏକ ନୂତନ ପରିମାପ ସ୍ଥିର କରିବେ। ଏହା ମହଙ୍ଗା ଭତ୍ତା ଦରବୃଦ୍ଧି ସୂଚକାଙ୍କ ସହ ଜଡିତ ରହିବ।

ଏକ ଅନୁମାନ ଅନୁସାରେ ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିରେ ଦେଶରେ ସଂଗଠିତ ଇଣ୍ଡଷ୍ଟ୍ରିଆଲ ସେକ୍ଟରର ୩ କୋଟି କର୍ମଚାରୀଙ୍କୁ ଫାଇଦା ମିଳିବ। କେନ୍ଦ୍ର ସରକାର ଓ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ମହଙ୍ଗାଇ ଭତ୍ତାର ଆକଳନ ପ୍ରତ୍ୟେକ ଛଅ ମାସରେ ହେଉଛି। ଏହି କାମ ପାଇଁ ସିପିଆଇ-ଆଇଡବ୍ଲ୍ୟୁର ସାହାରା ନିଆଯାଇଥାଏ। ମାତ୍ର ୨୦୦୧ ପରେ ସିପିଆଇ-ଆଇଡବ୍ଲ୍ୟୁରେ ସଂଶୋଧନ ହୋଇ ନାହିଁ। ଏହାକୁ ପ୍ରତି ୫ ବର୍ଷରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି।