ରାହୁଲ ଗାନ୍ଧୀଙ୍କ ଓ୍ଵାଇନାଡକୁ ମୋଦୀ ସରକାର କହିଲେ ନମ୍ବର ଓ୍ଵାନ

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଜିଲ୍ଲା ଓ୍ଵାଇନାଡ ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ମୋଦୀ ସରକାର ସ୍ଵାସ୍ଥ୍ୟ, ପୋଷଣ, ବିତ୍ତୀୟ ସମାବେଶ ଏବଂ ଦକ୍ଷତା ବିକାଶ ମାମଲାରେ ପ୍ରଗତି କରିଥିବା ଜିଲ୍ଲାଗୁଡିକ ମଧ୍ୟରୁ ଓ୍ଵାଇନାଡକୁ ପ୍ରଥମ ସ୍ଥାନରେ ରଖିଛନ୍ତି। ସୋମବାର ଏହାର ସୂଚନା ଦେଇଛନ୍ତି ଜିଲ୍ଲାପାଳ ଏ.ଗୀତା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଓ୍ଵାଇନାଡର ଏହି ଉପଲବ୍ଧିକୁ ପ୍ରଶଂସା କରିଛନ୍ତି। ସାମୂହିକ ପ୍ରୟାସ କାରଣରୁ ଏହା ସମ୍ଭବ ହୋଇ ପାରିଛି ବୋଲି ରାହୁଲ କହିଛନ୍ତି। ୨୦୧୯ରେ ରାହୁଲ ଗାନ୍ଧୀ ଓ୍ଵାଇନାଡର ନିର୍ବାଚିତ ହୋଇଥିବା ବେଳେ ନିଜର ପରମ୍ପରାଗତ ଆସନ ଆମେଠିରୁ ପରାଜିତ ହୋଇଥିଲେ।

ସେ ଟ୍ଵିଟ୍ କରିଛନ୍ତି, ଆମର ସାମୂହିକ ପ୍ରୟାସ କାରଣରୁ ବ୍ୟକ୍ତି କେନ୍ଦ୍ରୀତ ନୀତି ଆଗକୁ ବଢି ଚାଲିଛି ଏବଂ ଏହାର ସୁବିଧା ସମାଜର ଶେଷ ବ୍ୟକ୍ତି ନିକଟରେ ପହଞ୍ଚି ପାରୁଛି। ଏହି କାରଣରୁ ଆମେ ଏହି ଉପଲବ୍ଧି ହାସଲ କରି ପାରିଛୁ। ନୀତି ଆୟୋଗର ରିପୋର୍ଟ ଅନୁଯାୟୀ, ଦେଶରେ ମୋଟ୍ ୧୧୨ ଜିଲ୍ଲାକୁ ତାଲିକାରେ ସାମିଲ୍ କରାଯାଇଛି। ଆକାଂକ୍ଷୀ ଜିଲ୍ଲା ଯୋଜନାର ଶୁଭାରମ୍ଭ ୨୦୧୮ରେ ହୋଇଥିଲା। ଏହାରି ଆଧାରରେ ମାନବ ବିକାଶ ସୂଚକାଙ୍କରେ ସୁଧାର  ଏବଂ ନାଗରିକଙ୍କ ଜୀବନ ମାନଦଣ୍ଡର ଗୁଣବତ୍ତାକୁ ଉନ୍ନତ କରିବା ଲକ୍ଷ୍ୟ ରଖାଯାଇଥିଲା।

ନୀତି ଆୟୋଗ ପକ୍ଷରୁ ଅନେକ ମାନଦଣ୍ଡ ଆଧାରରେ ୧୧୨ ଜିଲ୍ଲାର ପ୍ରଗତି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁ ପାଞ୍ଚଟି ମାନଦଣ୍ଡ ଆଧାରରେ ଜିଲ୍ଲାଗୁଡିକୁ ମାନ୍ୟତା ଦିଆଯାଇଛି ତାହା ହେଉଛି ସେଥିରେ ସ୍ଵାସ୍ଥ୍ୟ ଏବଂ ପୋଷଣ, ଶିକ୍ଷା, କୃଷି ଏବଂ ଜଳ ସମ୍ବଳ ସାମିଲ୍। ରାହୁଲ ଗାନ୍ଧୀଙ୍କ ସଚିବ ଅଗଷ୍ଟାଇନ୍ ପଲପଲ୍ଲୀ କହିଛନ୍ତି, ରାହୁଲ ଗାନ୍ଧୀ ଓ୍ଵାଇନାଡକ ଆଗକୁ ନେଇ ଯିବାକୁ ପୂରା ପ୍ରସ୍ତୁତି କରିଛନ୍ତି। ସେ ପ୍ରତିଟି ମୋର୍ଚ୍ଚାରେ ପ୍ରଗତିକୁ ଅତି ନିକଟରୁ ସମୀକ୍ଷା କରନ୍ତି। ସମୟ ଥିଲା ଓ୍ଵାଇନାଡ ଜିଲ୍ଲା କୁପୋଷଣ ପାଇଁ ବଦନାମ ଥିଲା। ମାତ୍ର ଏବେ ପରିସ୍ଥିତିରେ ବହୁତ ସୁଧାର ଆସିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.