oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ବୁଧବାର ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ, ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ବଡ ଉପହାର

15/03/2022 at 7:11 PM

ନୂଆଦିଲ୍ଲୀ ୧୫/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକ । ଅପରାହ୍ନ ୧ଟାରେ ସଂସଦ ଭବନରେ କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । କିନ୍ତୁ କେଉଁ ଏଜେଣ୍ଡାକୁ ନେଇ ବୈଠକ ହେବ ସେ ନେଇ କୌଣସି ସୂଚନା ନାହିଁ । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଏବଂ ଆଉ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଏହା ସହିତ ୪ ରାଜ୍ୟରେ ସରକାର ଗଠନ ନେଇ ମନ୍ଥନ ଚାଲିଥିବା ବେଳେ କ୍ୟାବିନେଟ୍‌ ବୈଠକ ହେବାକୁ ଯାଉଛି ।

ମହଙ୍ଗା ଭତ୍ତା ବୃଦ୍ଧିନେଇ ଯଦି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୁଏ ତେବେ ଆସନ୍ତା ହୋଲିରେ କର୍ମଚାରୀଙ୍କୁ ମିଳିବ ଖୁସିଖବର । ଦେଶର ଲକ୍ଷଲକ୍ଷ କର୍ମଚାରୀ ଏହାର ଲାଭ ଉଠାଇପାରିବେ । ପ୍ରତିବର୍ଷ ମାର୍ଚ୍ଚ ମାସରେ ମହଙ୍ଗା ଭତ୍ତା ବୃଦ୍ଧିନେଇ ଘୋଷଣା କରନ୍ତି କେନ୍ଦ୍ର ସରକାର । ତେଣୁ ଆସନ୍ତାକାଲି ହେବାକୁ ଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇପା​‌ରେ ବୋଲି ଅନୁମାନ କରାଯାଉଛି ।

ଗତ ଜାନୁଆରୀ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବୃଦ୍ଧି କରିଥାନ୍ତେ ମୋଦି ସରକାର । କିନ୍ତୁ ଅନୁମାନ କରାଯାଉଛି ଏବେ ତାହା ଘୋଷଣା ହୋଇପାରେ । ମାର୍ଚ୍ଚ ମାସର ଦରମା ସହିତ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମଧ୍ୟ ଦିଆଯାଇପାରେ ।  

   Related Posts