Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଆଫଗାନିସ୍ତାନ ସ୍ଥିତି ନେଇ ବସିବ ସର୍ବଦଳୀୟ ବୈଠକ, ଆଗାମୀ ରଣନୀତି ପ୍ରସଙ୍ଗରେ ହୋଇପାରେ ଆଲୋଚନା

26/08/2021 at 8:23 AM

ନୂଆଦିଲ୍ଲୀ ୨୬/୦୮: ଆଫଗାନିସ୍ତାନରେ ପରିସ୍ଥିତି ନେଇ କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । କଣ ରହିବ ସରକାରଙ୍କ ଆଭିମୁଖ୍ୟ, ଲୋକ ତଥା ଦେଶର ସ୍ୱାର୍ଥ ରକ୍ଷା ପାଇଁ ଏପର୍ଯ୍ୟନ୍ତ କ’ଣ କରାଯାଇଛି । ସେନେଇ ବିସ୍ତୃତ ଭାବେ ଆଲୋଚନା ହେବେ । ବୈଦେଶିକ ମନ୍ତ୍ରୀ ଏ ସମ୍ପର୍କରେ ସମସ୍ତ ସୂଚନା ଦେବେ । ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ପାକିସ୍ତାନ ଏବଂ ଚୀନ୍‌ ବଳଶାଳୀ ହେବାରେ ଲାଗିଛନ୍ତି ।

କିନ୍ତୁ ବର୍ତ୍ତମାନ ଏହାର ରଣନୀତି କ’ଣ ହେବ ତାହା ଭାରତ ସରକାରଙ୍କୁ କୌଣସି ପଦକ୍ଷେପ ନେବାକୁ ହେବ ସେନେଇ ବୈଠକରେ କିଛି ସ୍ଥିର ହୋଇପାରେ । ଆଜି ସର୍ବଦଳୀୟ ବୈଠକରେ ଏହା ମୁଖ୍ୟ ଏଜେଣ୍ଡା ହେବ । ପୂର୍ବରୁ କଂଗ୍ରେସ ଦାବି କରିଆସୁଛି ଯେ, ତାଲିବାନ ସଂପର୍କରେ କଣ ସବୁ ସୂଚନା ରହିଛି ସେ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରନ୍ତୁ ।

ଏହା ବ୍ୟତୀତ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ନିରାପଦ ସ୍ଥାନାନ୍ତର ଏବଂ ବୈଦେଶିକ ନୀତି ବିକଳ୍ପ ଉପରେ ସମସ୍ତଙ୍କୁ ବିଶ୍ୱାସ କରନ୍ତୁ । ଏସିଆରେ ପାକିସ୍ତାନ ଏବଂ ଚୀନ୍‌କୁ ମୁକାବିଲା କରିବା ପାଇଁ ଆଫଗାନିସ୍ତାନ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଅଂଶୀଦାର ରହିଆସିଛି । କିନ୍ତୁ ବର୍ତ୍ତମାନ ଉଭୟ ପରିସ୍ଥିତି ଏବଂ ବାସ୍ତବତା ବଦଳି ଯାଇଛି । ସେଥିପାଇଁ ସରକାର ଏହି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି ।

   Related Posts