ସରକାର ଆଣିବେ ନିଜର ଓଟିଟି ପ୍ଲାଟଫର୍ମ, ଗାଁ-ଗାଁରେ ପହଞ୍ଚିବ ଏଫଏମ ରେଡିଓ

Published By : Prameya-News7 Bureau | February 17, 2023 IST

ନୂଆଦିଲ୍ଲୀ: ଆଜିର ସମୟକୁ ଓଟିଟିର ଯୁଗ ବୋଲି କୁହାଯାଉଛି । ନେଟଫ୍ଲିକ୍ସ, ଡିଜନୀ ହଟ୍‌ଷ୍ଟାର ସହ ଡର୍ଜନରୁ ଅଧିକ ଓଟିଟି ପ୍ଲାଟଫର୍ମ ରହିଛି । ଏଥିରେ ୟୁଜର ନିଜ ମନ ପସନ୍ଦର ସିରିଜ ଏବଂ ଫିଲ୍ମ ଦେଖିପାରନ୍ତି । ଓଟିଟିର ଲୋକପ୍ରିୟତାକୁ ଦେଖି ବଲିଉଡ୍ କଳାକାର ମଧ୍ୟ ଏଥିରେ ଅଭିୟନ କରୁଛନ୍ତି । ଏହାରି ଭିତରେ ଖବର ସାମନାକୁ ଆସିଛି ଯେ କେନ୍ଦ୍ର ସରକାର ନିଜର ଏକ ଓଟିଟି ପ୍ଲାଟଫର୍ମ ଆଣିବାକୁ ଯାଉଛନ୍ତି । ସେହିପରି ଏଫଏମ ରେଡିଓକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ମଧ୍ୟ ସରକାର ଯୋଜନା କରିଛନ୍ତି । ଏଫଏମ ରେଡିଓ ପାଇଁ ସରକାର ନିଲାମ ଡାକିବେ । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ସଚିବ ଅପୂର୍ବା ଚନ୍ଦ୍ରା ସରକାରଙ୍କ ଏହି ଯୋଜନା ବିଷୟରେ ସୂଚନା ଦେଇଛନ୍ତି ।

 ବ୍ରଡକାଷ୍ଟିଂ ଇଞ୍ଜିନିୟରିଂ ସୋସାଇଟି ଏକ୍ସପୋ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ସଚିବ ଅପୂର୍ବା ଚନ୍ଦ୍ରା କହିଛନ୍ତି ଯେ ସରକାରଙ୍କ ଯୋଜନା ଏଫଏମ ରେଡିଓକୁ ଚଳିତ ବର୍ଷ ଟିୟର ୨ ଏବଂ ଟିୟର ୩ ସହରରେ ପହଞ୍ଚାଇବେ । ଭାରତରେ ବର୍ତ୍ତମାନ ସମୟରେ ବଡ଼ ସଂଖ୍ୟାରେ ଏଫଏମ ରେଡିଓ ଷ୍ଟେସନ ରହିଛି କିନ୍ତୁ ଏହାର ସେବା ଦେଶର ଭୌଗଳିକ ସ୍ଥିତିକୁ ଦେଖିଲେ ଏହା ମାତ୍ର ୬୦ ପ୍ରତିଶତ । ଏହାସହ ସେ କହିଛନ୍ତି ଯେ ଆମେ ୨୦୨୩-୨୪ରେ ଓଟିଟି ପ୍ଲାଟଫର୍ମ ଆଣିବା ପାଇଁ ଯୋଜନା ରଖିଛୁ ।

ଏହାସହ ସୂଚନା ସଚିବ କହିଛନ୍ତି ଯେ ଟେଲିଭିଜନ ସିଗନାଲ ମୋବାଇଲ ଫୋନରେ କିପରି ପହଞ୍ଚିବ ସେଥିପାଇଁ ଆଇଆଇଟି କାନପୁର ସହ କାମ ଜାରି ରହିଛି । ଅପୂର୍ବା ଚନ୍ଦ୍ର କହିଛନ୍ତି ଯେ ଆପଣ ମୋବାଇଲ ଫୋନରେ ଟେଲିଭିଜନରୁ ଆସୁଥିବା ସିଗନାଲ ହାସଲ କରିପାରିବେ । ଏଥିପାଇଁ ମୋବାଇଲ ୟୁଜର ନିଜରେ ଏକ ସ୍ପେଶାଲ ଡୋଙ୍ଗଲ ଯୋଡିବାକୁ ପଡିବ । ସରକାର ଚାରି ବର୍ଷରେ ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକଚର ଏବଂ ନେଟୱାର୍କ ଡେଭଲପମେଣ୍ଟ ଯୋଜନା BIND ଜରିଆରେ ପ୍ରସାର ଭାରତୀକୁ ସବୁ ସ୍ଥାନରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.