ଓଡିଶାରେ ପଡିବକି ମୋଦିଙ୍କ ଗସ୍ତର ପ୍ରଭାବ ?
28/05/2018 at 3:45 AM

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତରୁ କେତେ ଫାଇଦା ପାଇବ ବିଜେପି । ରାଜ୍ୟରାଜନିତୀରେ ଏହାର ପ୍ରଭାବ କେତେ ପଡିବ ଏହାକୁ ନେଇ ଆରମ୍ଭ ହୋଇଛି ତର୍ଜମା । ୨୦୧୯ ବିଜେପିର ୧୨୦ ମିଶନକୁ ମୋଦିଙ୍କ ଜନ କଲ୍ୟାଣ ସମାବେଶ ରାସ୍ତା ଦେଖେଇବ ବୋଲି ଆଶା କରିଛି ବିଜେପି । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାରୁ ଯୋଶ ପାଇ କର୍ମୀ ମୋଦି ମନ୍ତ୍ରର ସଫଲତାକୁ ଗାଁ ଗାଁରେ ପହଁଚିବେ ।ଆଉ ଏହା ହିଁ ଦଳର ସଫଲତାର ରାସ୍ତା ଖୋଲିବ ବୋଲି କହିଛି ବିଜେପି । ସପଟେ ବିରୋଧୀ କଂଗ୍ରେସ ଓ ବିଜେପିର ଯୁକ୍ତି ପ୍ରଧାନମନ୍ତ୍ରୀଙ୍କ ଭାଷଣରେ କିଛି ଦମ ନଥିଲା କି ଓଡିଶା ଲାଗି ସେ କିଛି ସ୍ବତନ୍ତ୍ର ବାର୍ତ୍ତା ରଖି ନାହାଁନ୍ତି ତେଣୁ ଏହାର ପ୍ରଭାବ ରାଜ୍ୟ ରାଜନୀତିରେ ପଡିବନି ।
ରାଜ୍ୟରେ ବିଜେପିର ବିରୋଧୀ ଦଳ ଗୁଡିକ କିନ୍ତୁ ମୋଦିଙ୍କ କାର୍ଯ୍ୟକ୍ରମର କିଛି ପ୍ରଭାବ ପଡିବନି ବୋଲି ଯୁକ୍ତି ବାଢୁଛନ୍ତି । କଂଗ୍ରେସ କହିଛି ମୋଦିଙ୍କ ଭାଷଣରେ କିଛି ବି ନଥିଲା । ଏହାର ପ୍ରଭାବ ରାଜ୍ୟରାଜନୀତିରେ ପଡିବାର ନାହିଁ । ଆଉ ବିଜେଡିର ଯୁକ୍ତି ପ୍ରଧାନମନ୍ତ୍ରୀଙ୍କ ପୁର ଅବିଭାଷଣରେ ଓଡିଶା ଲାଗି କିଛି ସ୍ବତନ୍ତ୍ରତା ନଥିଲା କି ଯୋଶ ଦେବା ଭଳି କିଛି ବିଷୟ ବି ନଥିଲା । ଓଡିଶାକୁ ବିଜେପି ଫୋକସ କରୁଛି ବୋଲି ପ୍ରଧାନମନ୍ତ୍ରୀ ଙ୍କ ଭାଷଣରୁ ଲାଗୁ ନଥିଲା । ଏମିକି ଲୋକେ ସବୁ ଜାଣଇଛନ୍ତି କହି ମୋଦି ସବୁ କଥା ପରୋକ୍ଷରେ ଲୋକଙ୍କ ଉପରେ ଛାଡିଛନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ କଥା ଅନୁସାରେ ଲୋକେ ସବୁ ଜାଣିଛନ୍ତି ଏଥିରେ ବିଜେପି ବେଶୀ ଉତ୍ସାହିତ ହେବାର ନୁହେଁ ।
ଓଡିଶାରୁ ଯାହା ଆରମ୍ଭ ହୁଏ କିଛି ବ୍ୟର୍ଥ ଯାଏନି । ଏମିତି କହି ପରୋକ୍ଷରେ ୨୦୧୯ ଲାଗି ବିଗୁଲ ଫୁଙ୍କିଛନ୍ତି ମୋଦି । କେନ୍ଦ୍ର ସରକାରର ସଫଳତା କହି କର୍ମୀଙଅକ ମନରେ ଯୋଶ ଭିଛନ୍ତି । ଆଉ ଉପକୂଳକୁ ଫୋକସ କରିଛନ୍ତି । ତେବେ ଏହା କେତେ ଦମ ଭରିଛି ତାହା ନିର୍ବାଚନ ବେଳେ ହିଁ ଜଣା ପଡିବ ।