ଯୋଗାଭ୍ୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ, ଲକଡାଉନ୍ ସମୟରେ ନିଜ ଫିଟନେସ୍ ରୁଟିନ୍ ସେୟାର କଲେ ମୋଦୀ

Published By : Prameya-News7 Bureau | March 30, 2020 IST

ନୂଆଦିଲ୍ଲୀ, ୩୦|୦୩:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର ପେଜରେ ଯୋଗ କରୁଥିବାର ଭିଡିଓ ପୋଷ୍ଟ କରିଛନ୍ତି । ଏହାସହ ସେ ଦେଶବାସୀଙ୍କୁ ଏହି ୨୧ ଦିନର ଲକଡାଉନରେ ଯୋଗ ଅଭ୍ୟାସ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଭିଡିଓ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ କାର୍ଯ୍ୟକ୍ରମର ଗୋଟିଏ ଦିନ ପରେ ସାମ୍ନାକୁ ଆସିଛି ଯେତେବେଳେ ସେ ଲକଡାଉନ ସମୟରେ କଣ କରୁଛନ୍ତି ପ୍ରକାଶ କରିଥିଲେ । ଏହି ଭିଡିଓଗୁଡିକ ବିଭିନ୍ନ ଭାଷାରେ ଉପଲବ୍ଧ ହେଉଛି ।

ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ, ରବିବାରର ମନ କୀ ବାତରେ ତାଙ୍କୁ କେହିଜଣେ ଲକଡାଉନ ସମୟରେ କଣ କରନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାପରେ ସେ ନିଜ ଯୋଗ ଭିଡିଓ ସେୟାର କରିବାକୁ ଚିନ୍ତା କରିଥିଲେ । ଏହାସହ ଦେଶବାସୀ ମଧ୍ୟ ଯୋଗାଭ୍ୟାସ ଆରମ୍ଭ କରିବେ ବୋଲି ସେ ଆଶା କରିଛନ୍ତି ।

wp:core-embed/twitter {"url":"https://twitter.com/narendramodi/status/1244456351180316672?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1244456351180316672\u0026ref_url=https%3A%2F%2Findianexpress.com%2Farticle%2Fcoronavirus%2Fhappy-yoga-practicing-amid-lockdown-pm-modi-shares-his-fitness-routine-6338247%2F","type":"rich","providerNameSlug":"twitter","className":""}
https://twitter.com/narendramodi/status/1244456351180316672?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1244456351180316672&ref_url=https%3A%2F%2Findianexpress.com%2Farticle%2Fcoronavirus%2Fhappy-yoga-practicing-amid-lockdown-pm-modi-shares-his-fitness-routine-6338247%2F
/wp:core-embed/twitter

ଯୋଗର ଆବଶ୍ୟକତାକୁ ନେଇ ମୋଦୀ କହିଛନ୍ତି, ସେ ଫିଟନେଶ୍ କିମ୍ବା ମେଡିକାଲ ବିଶେଷଜ୍ଞ ନୁହଁନ୍ତି । ଯୋଗ ହେଉଛି ତାଙ୍କ ଜୀବନର ଏକ ଅଙ୍ଗ । ଏହା ସମସ୍ତଙ୍କ ପାଇଁ ଉପଯୋଗୀ । ଦେଶବାସୀଙ୍କୁ ଲକଡାଉନ୍ ସମୟରେ ଯୋଗ କରିବା ପାଇଁ ସେ ଉତ୍ସାହିତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.