ସରକାରୀ କର୍ମଚାରୀଙ୍କ ପାଇଁ ମୋଦିଙ୍କ ବଡ ଘୋଷଣା : ଏଥର ନିଜ ଇଛାରେ ନେଇପାରିବେ ବଦଳି

Published By : Prameya-News7 Bureau | January 14, 2019 IST

ଦିଲ୍ଲୀ ୧୪/୧ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆର୍ଥିକ ପଛୁଆ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଭଳି ଏକ ଐତିହାସିକ ଘୋଷଣା କରିଛନ୍ତି ମୋଦି | ଏବେ ପୁଣି ଦେଶର କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ଦେବା ପାଇଁ ଆଉ ଏକ ଘୋଷଣା କରିଛନ୍ତି ମୋଦି |

{"id":73830}

ସୂଚନାଯୋଗ୍ୟ ଯେ, ନିକଟରେ କେନ୍ଦ୍ର କର୍ମଚାରୀ ଦରମା ବୃଦ୍ଧି ପାଇଁ ଦାବି କରିଥିଲେ | କର୍ମଚାରୀଙ୍କ ଦାବି ଅନୁସାରେ ମୋଦି ସରକାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ଦିଗରେ ଅଗ୍ରସର ହୋଇଛନ୍ତି | ମୋଦି ସରକାରର ଏହି ଘୋଷଣା ପରେ କେନ୍ଦ୍ରର ଅଢେଇ ଲକ୍ଷରୁ ଅଧିକ କର୍ମଚାରୀ ସିଧାସଳଖ ଲାଭବାନ ହେବେ |

{"id":73829,"width":571,"height":429}

ଗ୍ରାମୀଣ ଡାକ କର୍ମଚାରୀଙ୍କ  ପାଇଁ ଲିମିଟେଡ଼ ବଦଳି ସୁବିଧା ଘୋଷଣା କରିଛନ୍ତି ମୋଦି ସରକାର | ଏହାଛଡା କିଏ କେଉଁଠିକୁ ବଦଳି ହେବାଲାଗି ଯାହା ସବୁ ଆବେଦନ ଥିଲା ସେସବୁକୁ ମଧ୍ୟ ଗ୍ରହଣ କରିନିଆଯାଇଛି | ଗ୍ରାମୀଣ ଡାକ କର୍ମଚାରୀଙ୍କର କାର୍ଯ୍ୟକାଳ ମଧ୍ୟରେ ଥରେ ମାତ୍ର ବଦଳି ହୋଇଥାଏ | ମହିଳା ଡାକ କର୍ମଚାରୀ ନିଜର କାର୍ଯ୍ୟକାଳ ମଧ୍ୟରେ ଦୁଇଥର ବଦଳି ନେବାର ସୁବିଧା ଥିଲା |

{"id":73832,"width":571,"height":429}

ମୋଦି ସରକାରଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ ଡାକ କର୍ମଚାରୀ ନିଜ ଇଛା ଅନୁସାରେ ନିଜ ଗାଁ, ସହର କିମ୍ବା ନିଜର ମନମୁତାବକ ସ୍ଥାନକୁ ବଦଳି ନେଇପାରିବେ | ଏଥିପାଇଁ କର୍ମଚାରୀ ୩ ବର୍ଷ କାର୍ଯ୍ୟକାଳ ପୁରା କରିଥିବା ଆବଶ୍ୟକ |

{"id":73831}

ସୂଚନାଯୋଗ୍ୟ ଯେ, ଯେଉଁ କର୍ମଚାରୀଙ୍କ ଉପରେ କୌଣସି ପୋଲିସ କେସ କିମ୍ବା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇଥିବ ସେହି କର୍ମଚାରୀ ଏହି ଯୋଜନାର ଲାଭ ଉଠାଇପାରିବେନାହିଁ | ଦରମା ବୃଦ୍ଧି ପାଇଁ କେନ୍ଦ୍ରୀୟ କର୍ମଚାରୀ ଦାବି କରିଥିଲେ | ୮ହଜାର ଟଙ୍କା ଲେଖାଏଁ ଦରମା ବୃଦ୍ଧି କରିବା ପାଇଁ କର୍ମଚାରୀ ଦାବି କରିଥିଲେ | ବର୍ତ୍ତମାନ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ରହିଛି | ତେବେ ଏହାକୁ ୨୬ ହଜାରକୁ ବୃଦ୍ଧି କରାଇବା ପାଇଁ କର୍ମଚାରୀ ଦାବି କରିଛନ୍ତି | କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ସମସ୍ତ ସ୍ଥାୟୀ କର୍ମଚାରୀଙ୍କୁ ପ୍ରତିବର୍ଷ ୨୦ଟି ଛୁଟି ନିଶ୍ଚିତ ମିଳିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.