ରାଜନୀତିର ତର୍କ ମାଇଦାନରେ ମୋଦି କେୟାର ବନାମ ନବୀନ କେୟାର, ମୁହାଁ ମୁହିଁ ବିଜେଡି-ବିଜେପି
31/10/2018 at 7:19 PM

ଭୁବନେଶ୍ବର ୩୧|୧୦: ଆୟୁଷ୍ନାନ ଭାରତ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯେ।ଜନା କୁ ନେଇ ପୁଣି ବିଜେଡି ବିଜେପି ଭିଡା ଭିଡି ହୋଇଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯେ।ଜନା ରେ ଏକ କେ।ଟି ରୁ ଅଧିକ ହିତାଧିକାରୀ ଉପକୃତ ହୋଇ ସାରିଲେଣି ବେ।ଲି ରାଜ୍ୟ ସରକାର ଦାବୀ କରିବା ପରେ ଏହାକୁ କାଉଣ୍ଟର କରିଛି ବିଜେପି । ଯାହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ମଧ୍ୟ ରେ ସିଧାସଳଖ ବାକ ଯୁଦ୍ଧ ଆରମ୍ଭ ହେ।ଇଛି ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଓ ଆୟୁଷ୍ମାନ ଯେ।ଜନା ରାଜନୀତି ଥମିବାର ନାଁ ନେଉଁନି । କେତେବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯେ।ଜନା ସର୍ବଶ୍ରେଷ୍ଠ ଯେ।ଜନା କହି ବିଜେଡି ଡିଣ୍ଡିମ ବାଡଉଛି ତ ଆଉ କେତେବେଳେ ଆୟୁଷ୍ମାନ ଯେ।ଜନା ଦେଶ ରେ ସବୁଠୁ ଭଲ କହି ବିଜେପି ହାଲ୍ଲା ବେ।ଲରେ ମାତିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯେ।ଜନାରେ ଏକ କେ।ଟି ଲେ।କ ସ୍ବାସ୍ଥ୍ୟ ସୁବିଧା ପାଇଥିବା ନେଇ ରାଜ୍ୟ ସରକାର ଘେ।ଷଣା କରିବା ପରେ ନୂଆ ବିବାଦ ଆରମ୍ଭ ହେ।ଇଛି । ଓଡିଶାରେ କଣ କେ।ଟିଏ ଲେ।କ ରେ।ଗୀ କି ବେ।ଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିବାରୁ ତାର ଉପରେ କଟାକ୍ଷ କରିଛନ୍ତି ନବୀନ । ନବୀନ କହିଛନ୍ତି ରେ।ଗ କଣ ବିପିଏଲ କାର୍ଡ ଦେଖିକି ଆସେ କି , ଦୁର୍ଘଟଣା କାର୍ଡ ଦେଖି ଆସେ କି ଆୟୁଷ୍ମାନ ଯେ।ଜନା ରେ କେଳ ବି ପି ଏଲ ଲେ।କଙ୍କ ପାଇଁ ଲାଗୁ ହେଉଥିବାରୁ ଏଭଳି କଟାକ୍ଷ କରିଛନ୍ତି ନବୀନ
ଗତ କାଲି ଧମେନ୍ଦ୍ର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯେ।ଜନା ଉପ ରେ ପ୍ରଶ୍ନ ଉଠାଇଥିଲେ । ଆଜି ନବୀନ କଟାକ୍ଷ କରିବା ପରେ ଧମେନ୍ଦ୍ର ପୁଣି ନବୀନଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଯେ।ଜନା ଚଳାଇବା ପାଇଁ ଯେଉଁ ଟେକ୍ନୋଲୋଜି ଓ ପ୍ଳାଟଫର୍ମ ର ଆବଶ୍ୟକତା ଅଛି ତାର ଟେଣ୍ଡର ପ୍ରକ୍ରିୟା ବିଳମ୍ବିତ ହେ।ଇଛି । ଅଧିକାରୀ ମାନଙ୍କର ମୂଳଚାଲ ଛିଣ୍ଡି ନଥିବା କାରଣରୁ ଏହି ବିଳମ୍ବ ହେଉଛି କି ବେ।ଲି ସେ ପ୍ରଶ୍ନ କରିଛନ୍ତି । ରେ।ଗ ଓ ଦୁର୍ଘଟଣା ବି ପିଏଲ ଓ ଏ ପି ଏଲ ପଚାରୀ ଆସେ ନାହିଁ ଏହା ସମସ୍ତେ ଜାଣିଛନ୍ତି , କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଯେ।ଜନା ରେ ସବୁଠୁ ଯେ।ଗ୍ୟ ବି ପିଏଲ କିଭଳି କଟକ ମେୟର ଓ ବିଧାୟକଙ୍କ ପରିବାର ଥିଲେ ବେ।ଲି ଧମେନ୍ଦ୍ର ପ୍ରଶ୍ନ କରିଛନ୍ତି ।
ଆୟୁଷ୍ନାନ ଯେ।ଜନା ରେ ୬୧ ଲକ୍ଷ ପରିବାର ଙ୍କୁ ସାମିଲ କରିବାକୁ ଯେ।ଜନା ଥିବାବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯେ।ଜନା ରେ ଏହାକୁ ୭୦ ଲକ୍ଷ କରିବାକୁ ରାଜ୍ୟ ଦାବୀ କରିଥିଲା । କେନ୍ଦ୍ର ଏଥିରେ ସହମତି ନ ହେବାରୁ ଆୟୁଷ୍ନାନ ଯେ।ଜନାରୁ ଓହରି ଆସି ରାଜ୍ୟ ସରକାର ନିଜସ୍ବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଆରମ୍ଭ କରିଛନ୍ତି । ବାହାର ରାଜ୍ୟକୁ ଯାଉଥିବା ଓଡିଆ ଲେ।କେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯେ।ଜନାରେ କିଭଳି ସ୍ବାସ୍ଥ୍ୟ ସେବା ପାଇବେ ଏବଂ କଣ ପାଇଁ ଓଡିଆ ଲେ।କେ କେନ୍ଦ୍ରୀୟ ଆୟୁଷ୍ନାନ ଯେ।ଜନାରୁ ବଚିଂତ ହେବେ ସେ ନେଇ ବିଜେପି ପ୍ରଶ୍ନ ଉଠାଇବା ପରେ ଏହି ଦୁଇଦଳ ତୁ ତୁ ମେ ମେ ଆରମ୍ଭ କରିଦେଇଥିଲେ ।