ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ! ମୋଦିଙ୍କ କ୍ୟାବିନେଟରେ ଏଣ୍ଟ୍ରି ମାରିପାରନ୍ତି ୨୦ ନେତା, ଓଡ଼ିଶାରୁ କାହାକୁ ମିଳିବ ଚାନ୍ସ, ଚାଲିଛି ଚର୍ଚ୍ଚା...

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ ୦୭।୦୭: ଆଜି ସଂଧ୍ୟାରେ ହୋଇପାରେ କେନ୍ଦ୍ରମନ୍ତ୍ରିମଣ୍ଡଳ ସଂପ୍ରସାରଣ । ଏଭିତରେ ଦିଲ୍ଲୀକୁ ଅନେକ ନେତାଙ୍କୁ ଡକରା ହୋଇଛି । ତେବେ କେମିତି ହେବ ମୋଦିଙ୍କ ଡ୍ରିମ୍ ଟିମ୍ ସେନେଇ ଆକଳନ ଚାଲିଛି । ନୂଆ ମନ୍ତ୍ରିମଣ୍ଡଳରେ ୬ କ୍ୟାବିନେଟ୍ ସହ ୨୦ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିପାରେ । ଯୁବ ଏବଂ ନୂଆ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ ।

ଦେଶର ଇତିହାସରେ ସବୁଠୁ ୟଙ୍ଗ ହୋଇପାରେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ । ମୋଦି କ୍ୟାବିନେଟ୍ ର ହାରାହାରି ବୟସ କମ ରହିବ । ମନ୍ତ୍ରୀ ପଦ ଲାଗି ଶିକ୍ଷାଗତ ଯୋଗ୍ୟତାକୁ ପ୍ରାଧାନ୍ୟ ଦିଆଯିବ । ରାଜ୍ୟ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳ ଉପରେ ଗୁରୁତ୍ବ ରହିବ । ଦଳିତ ଏବଂ ପଛୁଆ ବର୍ଗର ପ୍ରତିନିଧିତ୍ବ ବଢ଼ିପାରେ । ପ୍ରଶାସନିକ ଅନୁଭବ ଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ । ମନ୍ତ୍ରିମଣ୍ଡଳରେ ମହିଳା ପ୍ରତିନିଧିତ୍ବ ବୃଦ୍ଧି ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ତେବେ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଥିବା କିଛି ପ୍ରମୂଖ ନାଁ ହେଉଛି, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ନାରାୟଣ ରାଣେ, ପଶୁପତି ପାରସ, ସୁଶୀଲ ମୋଦି, ସନ୍ତୋଷ କୁଶୱା, ରୀତା ବହୁଗୁଣା ଯୋଶୀ, ଅନୁପ୍ରିୟା ପଟେଲ ଏବଂ ବରୁଣ ଗାନ୍ଧୀ । N.D.A. ରେ ସାମିଲ ଥିବା ଛୋଟ ଛୋଟ ଦଳଗୁଡ଼ିକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । କେନ୍ଦ୍ର କ୍ୟାବିନେଟରେ ୮୧ ଜଣ ସଦସ୍ୟ ରହିପାରିବେ। କିନ୍ତୁ ବର୍ତ୍ତମାନ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବର୍ତ୍ତମାନ ଅଛନ୍ତି ୫୩ ଜଣ ସଦସ୍ୟ। ତେଣୁ ଆଉ ୨୮ ଜଣ ଏଥିରେ ସାମିଲ ହୋଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.