ମୋଦୀ କ୍ୟାବିନେଟ୍‌ର ନିଷ୍ପତ୍ତି: ସମଗ୍ର ଦେଶରେ ଖୋଲିବ ୧ କୋଟି ଡାଟା ସେଣ୍ଟର, ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ପାଇଁ ୧୫୮୪ କୋଟି ଟଙ୍କା ମଞ୍ଜୁର

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୦୯।୧୨: କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡିକ ପକ୍ଷରୁ ଜାରି ଆନ୍ଦୋଳନ ମଧ୍ୟରେ ବୁଧବାର କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାର ଦେଶରେ ଏକ କୋଟି ଡାଟା ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ପାଇଁ ୧୫୮୪ କୋଟି ଟଙ୍କା ମଞ୍ଜୁର ହୋଇଛି। ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର, ରବିଶଙ୍କର ପ୍ରସାଦ ଓ ସନ୍ତୋଷ ଗଙ୍ଗଓ୍ଵାର କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। କିନ୍ତୁ କ୍ୟାବିନେଟ୍‌ ବୈଠକରେ କୃଷକ ଆନ୍ଦୋଳନ ଓ କୃଷି ଆଇନ ସଂପର୍କରେ କୌଣସି ଆଲୋଚନା ହୋଇନଥିବା ଜଣା ପଡିଛି।

କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ସରକାର ଦେଶରେ ଏକ କୋଟି ଡାଟା ସେଣ୍ଟର ଖୋଲିବେ। ଏହି ଯୋଜନାକୁ 'ପ୍ରଧାନମନ୍ତ୍ରୀ ଓ୍ଵାଇ-ଫାଇ ଏକ୍ସେସ୍ ଇଣ୍ଟରଫେସ' ନାମକରଣ କରାଯାଇଛି। ଏହାରି ଜରିଆରେ ଦେଶରେ ଓ୍ଵାଇ ଫାଇର କ୍ରାନ୍ତି ଆଣିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ଯୋଜନା ଆଧାରରେ ପବ୍ଲିକ ଡାଟା ଅଫିସ୍(ପିଡିଓ) ଖୋଲାଯିବ। ଏଥିପାଇଁ କୌଣସି ପ୍ରକାରର ଲାଇସେନ୍ସର ଆବଶ୍ୟକତା ପଡିବ ନାହିଁ। ବର୍ତ୍ତମାନ କୌଣସି ବି ଦୋକାନକୁ ଡାଟା ଅଫିସ୍‌ରେ ପରିଣତ କରାଯାଇ ପାରିବ। ସରକାରଙ୍କ ତରଫରୁ ଡାଟା ଅଫିସ୍, ଡାଟା ଏଗ୍ରିଗେଟର, ଆପ୍ ସିଷ୍ଟମ ପାଇଁ ୭ ଦିନ ଭିତରେ ସେଣ୍ଟର ଖୋଲିବାକୁ ଅନୁମତି ମିଳିବ। ଲାକ୍ଷାଦ୍ଵୀପରେ ମଧ୍ୟ ଫାଇବର କନେକ୍ଟିଭିଟି ସଂଯୋଗ କରାଯିବ। କୋଚିରୁ ଲାକ୍ଷାଦ୍ଵୀପର ୧୧ଟି ଦ୍ଵୀପରେ ୧୦୦୦ ଦିନରେ କନେକ୍ଟିଭିଟି ପହଞ୍ଚିବ ବୋଲି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

wp:html /wp:html

ଆତ୍ମ ନିର୍ଭର ଭାରତ ଯୋଜନାକୁ ମଞ୍ଜୁରୀ

କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଦେଶରେ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ଲାଗୁ କରାଯିବ। ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷ ପାଇଁ ୧୫୮୪ କୋଟି ଟଙ୍କା ମଞ୍ଜୁରୀ ଦିଆଯାଇଛି। ଏହି ଯୋଜନାରେ ୨୦୨୦-୨୦୨୩ ପର୍ଯ୍ୟନ୍ତ ୨୨  ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଯୋଜନା ଆଧାରରେ ୫୮.୫ ଲକ୍ଷ କର୍ମଚାରୀ ଉପକୃତ  ହେବେ। ମନ୍ତ୍ରୀ କହିଛନ୍ତି ୨୦୨୦ ମାର୍ଚ୍ଚରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଯେଉଁ ଲୋକ ଚାକିରି କ୍ଷେତ୍ରରେ ଯୋଗ ଦେଉଛନ୍ତି, ସେମାନଙ୍କ ଇପିଏଫର କିଛି ଅଂଶ ଟଙ୍କା ସରକାର ପ୍ରଦାନ କରିବେ।

ସନ୍ତୋଷ ଗଙ୍ଗଓ୍ଵାରଙ୍କ ଅନୁଯାୟୀ, କେନ୍ଦ୍ରୀୟ କ୍ୟାବିନେଟ୍ ଅରୁଣାଚଳ ପ୍ରଦେଶ, ଆସାମର ଦୁଇଟି ଜିଲ୍ଲାରେ USOF ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଯେବେ ମନ୍ତ୍ରୀଙ୍କୁ କୃଷକ ଆନ୍ଦୋଳନ ଓ କୃଷି ଆଇନରେ ପରିବର୍ତ୍ତନ ନେଇ ପ୍ରଶ୍ନ ହୋଇଥିଲା, ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସରକାର କୃଷକଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.