ମୋଦୀ-ବାଇଡେନ ଆଲୋଚନା : ଭାରତର କରୋନା ମୁକାବିଲାକୁ ପ୍ରଶଂସା କଲେ ୟୁଏସ ରାଷ୍ଟ୍ରପତି

Published By : Prameya-News7 Bureau | May 24, 2022 IST

ନୂଆଦିଲ୍ଲୀ ୨୪/୦୫:  ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଇଡେନ ମୋଦୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

ବାଇଡେନ୍ କହିଛନ୍ତି ଯେ, ମୋଦୀ କରୋନା ବିପତ୍ତିକୁ ସୂଚାର ରୂପେ ସମ୍ପାଦନ କରିଛନ୍ତି । ମହାମାରୀକୁ ମୁକାବିଲା କରିବା ପାଇଁ ଚୀନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଭାରତ ଓ ଆମେରିକା ମିଶି ବହୁତ କିଛି କରିପାରିବେ । ଆମେରିକା-ଭାରତର ବନ୍ଧୁତ୍ୱ ସମସ୍ତଙ୍କ ପାଇଁ ଉଦାହରଣ ହେବ । ଉଭୟ ଦେଶର ବନ୍ଧୁତ୍ୱ ଆହୁରି ସୁଦୃଢ ହେବ ।

wp:html /wp:html

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଓ ଆମେରିକା ମଧ୍ୟରେ ଥିବା ରଣନୈତିକ ସମ୍ପର୍କ ବିଶ୍ୱାସର ପ୍ରତୀକ ଅଟେ । ଅନେକ କ୍ଷେତ୍ରରେ ଦୁଇ ଦେଶ ଏହି ବିଶ୍ୱାସକୁ ଆହୁରି ମଜବୁତ କରିଛନ୍ତି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ କାରବାର ଲଗାତର ବିସ୍ତାର ହେବାରେ ଲାଗିଛି ।  କିନ୍ତୁ ଏହା ଉଭୟ ଦେଶର ସାମର୍ଥ୍ୟ ତୁଳନାରେ ଖୁବ୍ କମ୍ ଅଟେ ।

ମୋଦୀ ଆହୁରି କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ନିବେଶ ଓ କାରବାର ଆହୁରି ବଢିବ ବୋଲି ବିଶ୍ୱାସ ରହିଛି । ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ । ଏହାସହ ବୈଶ୍ୱିକ ପ୍ରସଙ୍ଗରେ ମଧ୍ୟ ଉତ୍ତମ ସମନ୍ବୟ କାଏମ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.