VIP ସୁରକ୍ଷାରେ ବଡ଼ ପରିବର୍ତ୍ତନ ସଂକେତ ! ଗୃହ ମନ୍ତ୍ରଣାଳୟ NSG ଏବଂ ITBP ଉପରେ ନେଇପାରେ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | June 11, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିବା ସହ ଆକ୍ସନ ମୋଡରେ ନଜର ଆସୁଛନ୍ତି । ଅନ୍ୟପଟେ ସରକାର ଏବେ ଭିଆଇପି ସୁରକ୍ଷାରେ ବଡ଼ ପରିବର୍ତ୍ତନ କରିବା ପାଇଁ ଯୋଜନା କରୁଛନ୍ତି । ସମାଚାର ଏଜେନ୍ସି ପିଟିଆଇ ଅନୁସାରେ ନୂଆ ମନ୍ତ୍ରୀମାନେ ନିଜ କାର୍ଯ୍ୟଭାର ସମ୍ଭାଳିବା ପରେ ଏନଏଲଜି ଏବଂ ଆଇଟିବିପି ଦ୍ୱାରା ଏକ ଡର୍ଜନରୁ ଅଧିକ ବ୍ୟକ୍ତିଙ୍କ ସୁରକ୍ଷା ଦାୟିତ୍ୱ ଅନ୍ୟ ଅର୍ଦ୍ଧସାମରିକ ବଳଙ୍କୁ ଦିଆଯାଇଛି । 

ଗୃହ ମନ୍ତ୍ରଣାଳୟ ଏବେ ଏହା ଉପରେ ସମୀକ୍ଷା କରିବ ଏବଂ ଅନେକ ରାଜନୀତିକ ବ୍ୟକ୍ତି, ପୂର୍ବତନ ମନ୍ତ୍ରୀ, ସେବାନିବୃତ ସରକାରୀ କର୍ମଚାରୀ ଏବଂ ଅନ୍ୟ ଲୋକଙ୍କୁ ଦିଆଯାଇଥିବା ସୁରକ୍ଷାକୁ ଫେରାଇ ନିଆଯାଇପାରେ କିମ୍ୱା ଏହାକୁ କମ କରାଯାଇପାରେ । ଏପରି କି ଗୃହ ମନ୍ତ୍ରଣାଳୟ ଏନଏସଜିର ବ୍ଲାକ୍ କ୍ୟାଟ୍ କମାଣ୍ଡୋଙ୍କୁ ଭିଆଇପି ସୁରକ୍ଷା ଡ୍ୟୁଟିରୁ ସମ୍ପୂର୍ଣ୍ଣ ରୂପେ ହଟାଇପାରେ । ସୂତ୍ର ଅନୁସାରେ ଗୃହ ମନ୍ତ୍ରଣାଳୟ ଏବେ ଆଇଟିବିପି ଯବାନଙ୍କ ଦ୍ୱାରା ଦିଆଯାଉଥିବା ସୁରକ୍ଷାକୁ ହଟାଇ ସିଆରପିଏଫ୍ ଏବଂ ସିଆଇଏସଏଫର ଭିଆଇପି ସୁରକ୍ଷା ଶାଖା, ଏସଏସଜି ହାତକୁ ସୁରକ୍ଷା ଦାୟିତ୍ୱ ଦିଆଯାଇପାରେ ।

ଉଲ୍ଲେଖଯୋଗ୍ୟ ଯେ ଏନଏସଜିକୁ ଭିଆଇପି ସୁରକ୍ଷା କାର୍ଯ୍ୟରୁ ମୁକ୍ତ କରିବା ଯୋଜନା ୨୦୧୨ ମସିହାରୁ ଚାଲିଛି । ତେବେ ଏବେ ସୁଦ୍ଧା ଏହା ସମ୍ଭବ ହୋଇପାରି ନାହିଁ । ଉଲ୍ଲେଖଯୋଗ୍ୟ ଯେ ଏନଏସଜିକୁ ଭିଆଇପି ସୁରକ୍ଷାରୁ ହଟାଯିବା ପରେ ପ୍ରାୟ 450 ବ୍ଲାକ୍ କ୍ୟାଟ୍ କମାଣ୍ଡୋ ମୁକ୍ତ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.