ଭୁବନେଶ୍ବର, ୦୮/୦୮: ଭୁବନେଶ୍ବରରେ ମୋଦୀ @ 20 ଡ୍ରିମସ୍ ମିଟ୍ ଡେଲିଭରି ପୁସ୍ତକର ଲୋକାର୍ପଣ କଲେ ଗୃହମନ୍ତ୍ରୀ ଅମିତ୍ ଶାହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା କହିବାକୁ ଯାଇ ଅମିତ ଶାହ କହିଥିଲେ, କେଉଁଭଳି ଜଣେ ବ୍ୟକ୍ତି ଯିଏ ନା କେବଳ ଓ୍ବାର୍ଡ଼ ମେମ୍ବର କି ସରପଞ୍ଚ ନହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଉ ପରବର୍ତ୍ତୀ ସମୟରେ ଅତ୍ୟନ୍ତ ସଫଳତାର ସହ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ଲୋକଙ୍କ ବିଶ୍ବାସ ଜିତି ଆଜି ସର୍ବାଧିକ ଲୋକପ୍ରିୟ ହୋଇପାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରିବାରବାଦ ଏବଂ ତୁଷ୍ଟିକରଣ ରାଜନୀତିକୁ ମୋଦିଜୀ ସମାପ୍ତ କରିଦେଇଛନ୍ତି । ତା’ର ପ୍ରକୃଷ୍ଟ ଉଦାହରଣ ହେଲା ପ୍ରଥମ ଦଫାରେ ଜଣେ ଗରିବ ଦଳିତ ପରିବାରର ଆଇନଜୀବୀଙ୍କୁ ଦେଶର ରାଷ୍ଟ୍ରପତି କରାଇଥିଲେ ।
ଆଉ ଏବେ ଜଣେ ଆଦିବାସୀ ମହିଳାଙ୍କୁ ମହାମହିମ ପଦରେ ଅବସ୍ଥାପିତ କରାଯାଇଛି । ମୋଦୀଙ୍କ ଚିନ୍ତାଧାରା ସର୍ବଦା ଉର୍ଦ୍ଧ୍ବଗାମୀ ତେଣୁ ସେ ଏତେ ସଫଳ ହୋଇପାରିଛନ୍ତି । ନିଜର ପରିବାର ଛାଡ଼ି ୧୩୦ କୋଟି ଲୋକଙ୍କ କଥା ଚିନ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।