ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ଶତ ପ୍ରତିଶତ କାମ କରିବ ମଡେର୍ଣ୍ଣା ଭ୍ୟାକସିନ୍, ଆମେରିକା ଓ ୟୁରୋପରେ ବ୍ୟବହାର ପାଇଁ ଖୁବଶୀଘ୍ର ହେବ ଆବେଦନ

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧/୧୨ : ଆମେରିକାର ଫାର୍ମା କମ୍ପାନୀ ମଡେର୍ଣ୍ଣା ଆଇଏନସି କରୋନା ଭ୍ୟାକସିନ୍ ବାହାର କରିଥିବା ନେଇ ଦୃଢକ୍ତି ପ୍ରକାଶ କରିଛି । ​‌ତେବେ ଏହି ଭ୍ୟାକସିନର ମାନବ ପରୀକ୍ଷଣ ପାଇଁ ଖୁବଶୀଘ୍ର ଆବେଦନ କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆମେରିକା ଏବଂ ୟରୋପର ନିୟାମକ ସଂସ୍ଥାକୁ ଏହି ଭ୍ୟାକସିନକୁ ଗୁରୁତର ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ଆବେଦନ କରାଯିବ । ପରୀକ୍ଷଣ ବେଳେ ଏହି ଭ୍ୟାକସିନ୍ ଭଲ ଫଳାଫଳ ଦେଇଥିବା କମ୍ପାନୀ କହିଛି । କରୋନା ମହାମାରୀ ବିରୋଧରେ ଏହି ଭ୍ୟାକସିନ୍ ସମ୍ପୁର୍ଣ୍ଣ ଭାବେ ଫଳପ୍ରଦ ହେବ ବୋଲି ସୂଚନା ଦିଆଯାଇଛି ।

ତେବେ ଏହି ଭ୍ୟାକସିନ୍ ସାମାନ୍ୟ ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ରାୟ ୯୪.୧ ପ୍ରତିଶତ ଫଳପ୍ରଦ ହୋଇଥିବା ଏବଂ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ଶତ ପ୍ରତିଶତ କାମ କରିବ ବୋଲି କମ୍ପାନୀ ସୂଚନା ଦେଇଛି । ମଡେର୍ଣ୍ଣା କହିବା ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅସ୍ଥାୟୀ ରୋଗୀ, ଫ୍ଲୁ ପରି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଥିବା ରୋଗୀଙ୍କ ଠାରେ ଏହାକୁ ପ୍ରୟୋଗ କରାଯାଇଛି । ଯାହାକି ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହୋଇଛି । ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ସମାପ୍ତ ହେବା ପୂର୍ବରୁ ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ଫୁଡ ଆଣ୍ଡ୍ ଡ୍ରଗ ବିଭାଗ ଦ୍ବାରା ଧାର୍ଯ୍ୟ ଆବଶ୍ୟକତା ପୂରଣ କରିବେ ବୋଲି କହିଛନ୍ତି ।

ଡିସେମ୍ବରରେ ଆମେରିକାରେ ଟୀକାକରଣ ଆରମ୍ଭ ହେବାର ଅଛି । ଯେଉଁଥିରେ କି ମଡେର୍ଣ୍ଣା, ଫାଇଜର ଏବଂ ଏହାର ଜର୍ମାନ ସହଯୋଗୀ ବାୟୋଟେକ୍ ପଛରେ ଅଛି । ଆଟଲାଣ୍ଟିକରେ ବ୍ରିଟିଶ୍ ନିୟାମକମାନେ ମଧ୍ୟ ଫାଇଜର ଏବଂ ଆଷ୍ଟ୍ରାଜେନିକାକୁ ଭ୍ୟାକସିନ ଭାବେ ବ୍ୟବହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସହିତ ମଡେର୍ଣ୍ଣା ଏହାର ଡୋଜ୍ ତିଆରି କରିଛି ଏବଂ ସେମାନେ ଏଥି ପାଇଁ କାର୍ଯ୍ୟ କରୁଥିବା ସୂଚନା ମଧ୍ୟ ଦେଇଛନ୍ତି । କିନ୍ତୁ ସପ୍ତାହକ ମଧ୍ୟରେ ଏହା ଚୂଡ଼ାନ୍ତ ଆବଶ୍ୟକୀୟ ଫଳାଫଳ ପାଇଛି ଯାହାକି ଏହି ଭ୍ୟାକସିନ୍ ୯୪ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ବୋଲି କମ୍ପାନୀ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.