ପୁରୀ ୨୪/୦୬: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ବେଷଭୂଷାରେ ଲାଗିପାରେ କଟକଣା । ଆରମ୍ଭ ହୋଇଛି ତର୍କ ବିତର୍କ । ଭକ୍ତଙ୍କ ପୋଷାକ ପରିପାଟ୍ଟି ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ । ଅନେକ ସେବାୟତ କହିଛନ୍ତି ବ୍ୟବସ୍ଥା ଲାଗୁ ହେଲେ ବହୁତ ଭଲ ହେବ ।
ସୂଚନା ଥାଉକି, କୋଟି ଓଡ଼ିଆର ମଉଡମଣୀ କାଳିଆସାଆନ୍ତଙ୍କ ନିକଟକୁ ଧାର୍ମିକ ଭାବନା ନେଇ ଅନେକ ଦୂର ଦୂରାନ୍ତରୁ ଭକ୍ତ ଆସୁଛନ୍ତି । ଅନେକ ସମୟରେ କିଛି ଭକ୍ତ ଆଧନିକ ପୋଷାକ ପିନ୍ଧି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି । ଭକ୍ତଙ୍କ ପୋଷାକ ପରିଧାନ ଉପରେ କଟକଣା ଲଗାଯିବା ନେଇ ସେବାୟତ ଏବଂ ବୁଦ୍ଧିଜୀବୀମାନେ ଦାବି କରି ଆସୁଛନ୍ତି ।
wp:html /wp:htmlଏହାକୁ କିଏ ଏବଂ କିଭଳି କାର୍ଯ୍ୟକାରୀ କରିବ ତାକୁ ନେଇ ପ୍ରଶ୍ନ ଉଠିଛି । ପାଶ୍ଚତ୍ୟ ପୋଷାକ ପରିଧାନ ଉପରେ କୌଣସି କଟକଣା ନାହିଁ । ହେଲେ ଶ୍ରୀମନ୍ଦିର ବା ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଭକ୍ତି ମନୋଭାବ ନେଇ ଆସିଥାନ୍ତି । ତେଣୁ ଭକ୍ତ ମଧ୍ୟ ନିଜକୁ ସଞ୍ଜମ ମନୋଭାବ ନେଇ ଉତ୍ତମ ପୋଷାକ ପରିପାଟ୍ଟିରେ ଏଠାକୁ ଆସିବା ଉଚିତ୍ ବୋଲି ମତ ଦେଇଛନ୍ତି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ଯେଉଁ ଭକ୍ତ ଏଭଳି ପୋଷାକ ପରିଧାନ କରି ଆସୁଛନ୍ତି ତାଙ୍କୁ ଆମେ ନିନ୍ଦା କରୁଛୁ ।
ପୋଲିସ ଓ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ନେବା ଦରକାର । ଏଭଳି ଭକ୍ତଙ୍କୁ ମନ୍ଦିର ମଧ୍ୟରୁ ବାହାର କରିଦିଆଯିବା ଦରକାର । ଏମିତି ପୋଷାକ ପିନ୍ଧି ମନ୍ଦିରକୁ ଆସିଲେ ମନକୁ କଷ୍ଟ ହେଉଛି, ଆଘାତ ଦେଉଛି । ଏମିତିକି ମନ୍ଦିରରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଠିକ ପୋଷାକ ପରିଧାନ କରନ୍ତୁ । ଶ୍ରୀମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ନିତାନ୍ତ ଜରୁରି ।