scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜଧାନୀରେ ଆନିମଲ ଆକ୍ଟର ଖୁଲମଖୁଲା ଉଲଂଘନ, ରାସ୍ତାଘାଟରେ ଚାଲିଛି ବେଧଡକ ମାଂସ କଟା : ଦେଢ ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରୁନି ମଡର୍ଣ୍ଣ ଆବାଟୟର

14/01/2019 at 6:13 PM

ଭୁବନେଶ୍ବର୧୪|୧: ରାଜଧାନୀରେ ଆନିମଲ ଆକ୍ଟର ଖୁଲମଖୁଲା ଉଲଂଘନ । ରାସ୍ତାଘାଟରେ ଚାଲିଛି ବେଧଡକ ମାଂସ କଟା । କାରଣ କେହି ଟେଣ୍ଡର ନେଉନଥିବାରୁ ଦେଢ ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରୁନି ମଡର୍ଣ୍ଣ ଆବାଟୟର । କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଖତ ଖାଉଛି ।

ଇଏ ହେଉଛି ଭୁବନେଶ୍ବର ଗାଡକଣଠାରେ ୮ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମଡ଼ର୍ଣ୍ଣ ଆବାଟୟର ।ୱାର୍ଡ ନମ୍ବର ୯ ରେ ରହିଛି ଏହି ଆବାଟୟର । ଆବାଟୟର ମାନେ ଯାହାକୁ କୁହାଯାଏ ଆଧୁନିକ କଂସେଇଖାନା । ୨୦୧୭ ଅଗଷ୍ଟ ୩୦ରେ ଏହାକୁ ମୁଖ୍ୟମନ୍ତ୍ରୀ ଦ୍ବାରା ଉଦଘାଟନ କରିଥିଲେ । ଦୁଇ ଦୁଇ ଥର ଡେଣ୍ଡର ଡକା ଗଲାଣି । କିନ୍ତୁ କେହି ଟେଣ୍ଡର ନେଉନଥିବାରୁ କାମ ଆରମ୍ଭ ହୋଇପାରୁନି । ଲୋକାଲ ଏବଂ ଜାତୀୟ ସ୍ତରର ଟେଣ୍ଡର ଡକାଯିବା ପରେ ଏବେ ଗ୍ଲୋବାଲ ଟେଣ୍ଡର ଡକାଯିବ ବୋଲି ମେୟର କହିଛନ୍ତି ।

ଏ ଚିତ୍ରକୁ ଟିକେ ଦେଖନ୍ତୁ । କେଉଁଭଳି ଅସ୍ବାସ୍ଥ୍ୟକର ପରିବେଶରେ ମାଂସ କଟା ଚାଲିଛି । ଯେଉଁଠି କଟା ସେଇଠି ବିକା ଚାଲିଛି ।ବର୍ଷା ଦିନେ ତ ଏହି ଯାଗାରେ ଠିଆ ହେବା ମୁସ୍କିଲ ହୋଇଯାଏ । ତେଣୁ ମଡ଼ର୍ଣ୍ଣ ଆବାଟୟର ଶୀଘ୍ର ଖୋଲିବାକୁ କହଲେଣି ଗ୍ରାହକ । ଆରମ୍ଭ ହେଲେ ମାଂସର କ୍ବାଲିଟି ଏବଂ ଦର ନିର୍ଧାରଣ କରିବେ ଭେଟେନାରୀ ଡ଼ାକ୍ତର ଏବଂ ବିଏମସି ।ତେଣୁ ଶୀଘ୍ର ଖୋଲାଯିବା ଉଚିତ୍ ବୋଲି ଗ୍ରାହକ ମତ ଦେଇଛନ୍ତି । ସେହିପରି ମାଂସ ଦୋକାନୀଙ୍କ କହିବା କଥା ବିଏମସି ଦୋକାନ ଦେବା ସହ କଂସେଇଖାନା ଖୋଲିଲେ ସମସ୍ତେ ଲାଭରେ ରହିବେ ।

   Related Posts