scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପିରାମିଡ୍‌ ସାମ୍ନାରେ ମଡେଲ୍‌ଙ୍କ ‘ଅଶ୍ଳୀଳ’ ଫଟୋସୁଟ୍‌, ଫଟୋଗ୍ରାଫରଙ୍କୁ ଗିରଫ କଲା ପୋଲିସ

2/12/2020 at 5:31 PM

ନୂଆଦିଲ୍ଲୀ ୦୨/୧୨: ପିରାମିଡ୍‌ ସାମ୍ନାରେ ‘ସେକ୍ସି’ ଫଟୋସୁଟ୍‌ କରି ମଡେଲ୍‌ଙ୍କ ସହ ଫସିଲେ ଫଟୋଗ୍ରାଫର। ଫଟୋଗ୍ରାଫରଙ୍କୁ ଗିରଫ କଲା ପୋଲିସ। ପିରାମିଡ୍‌ ସାମ୍ନାରେ ବିଦେଶୀ ପ୍ରାଚୀନ ପୋଷାକ ପିନ୍ଧି ଫଟୋସୁଟ୍‌ କରୁଥିଲେ ଜଣେ ମଡେଲ। ଏହାକୁ ସରକାର ସହଜରେ ଗ୍ରହଣ କରିପାରିନଥିଲେ। ବେଶଭୂଷା ସାଙ୍ଗକୁ ପ୍ରାଚୀନ ସ୍ଥଳରେ ଫଟୋସୁଟକୁ ନେଇ ନାରାଜ ସରକାର ଫଟୋଗ୍ରାଫରଙ୍କୁ ଗିରଫ କରିବା ପାଇଁ ଦେଲେ ନିର୍ଦେଶ।

ମିଶର ପୋଲିସ ହୁସୈନ ମହମ୍ମଦ ନାମକ ଜଣେ ଫଟ୍ରୋଗ୍ରାଫରଙ୍କୁ ଗିରଫ କରିଛି। ଜୋଜର ପିରାମିଡ୍‌ ସାମ୍ନାରେ ଜଣେ ମଡେଲଙ୍କୁ ପ୍ରାଚୀନ ପୋଷାକ ପରିଧାନ କରାଇ ଫଟୋସୁଟ୍ କରୁଥିବା ନେଇ ପ୍ରଶାସନ ଆପତ୍ତି ଉଠାଇଥିଲା। ଫଟୋସୁଟର ଲୋକେସନ୍‌ ସକ୍କାରା ନେକ୍ରୋପଲିସ୍‌ ବୋଲି ଜଣାପଡ଼ିଛି। ଏହି ସ୍ଥାନ ମିଶରର ରାଜଧାନୀ କାହିରାରୁ ୩ କି.ମି ଦୂରରେ ଅବସ୍ଥିତ। ଏହାକୁ ୟୁନେସ୍କୋ ଓ୍ବାର୍ଲଡ ହେରିଟେଜ୍‌ ସାଇଟ୍‌ ଭାବେ ନାମିତ କରିସାରିଛି।

ମିଶରର ଫ୍ୟାସନ୍‌ ମଡେଲ୍‌ ସଲମା ଏଲ୍‌ ଶିମି ଏଭଳି ଫଟୋ ସୋସିଆଲ୍‌ ମିଡିଆାରେ ପୋଷ୍ଟ କରିବା ପରେ ବିବାଦ ଉପୁଜିଥିଲା। ବିବାଦ ପରେ ଏହି ଫଟୋକୁ ନେଇ ଲୋକେ ଚର୍ଚ୍ଚା ଆରମ୍ଭ କରିଥିଲେ। ଏଭଳି ଏକ  ପ୍ରାଚୀନ ସ୍ଥଳରେ ସାଧାରଣ ଫଟୋ ଉଠାଇବାକୁ ଅନୁମତି ନଥିବା ବେଳେ ସଲମା କିଭଳି ଫଟୋସୁଟ୍‌ କଲେ ବୋଲି ଲୋକେ ପ୍ରଶ୍ନ କରିଥିଲେ।

ଅନ୍ୟପଟେ ପୂରାତନ ସ୍ଥାନରେ ଫଟୋସୁଟ୍‌ କରିବାକୁ ସରକାରଙ୍କ ଅନୁମତି ଦରକାର ପଡ଼େ ବୋଲି ଜାଣିନଥିବା କହିଛନ୍ତି ସଲମା। ମିଶରର ଟୁରିଜମ୍‌କୁ ପ୍ରୋତ୍ସାହନ ଦେବାକୁ ସେ ଏଭଳି ଫଟୋସୁଟ୍‌ କରିଥିବା ବେଳେ କାହା ମନକୁ ଆଘାତ ଦେବା ତାଙ୍କର ଲକ୍ଷ ନୁହେଁ ବୋଲି କହିଛନ୍ତି ସଲମା।

   Related Posts