ଗେଟ୍ ଖୋଲିଲେନି ଘର ମାଲିକ, ରାତିଅଧରେ ହଟହଟା ହେଲେ ମଡେଲ
26/03/2023 at 10:24 AM

ବାରଙ୍ଗ ୨୬।୦୩ : ଗେଟ୍ ଖୋଲିଲେନି ଘର ମାଲିକ। ରାତି ଅଧରେ ହଟହଟା ହେଲେ ମଡେଲ। ଗେଟ୍ ବାହାରେ ଠିଆ ହେଲେ ମଡେଲ। ପୁଲିସ୍ ଆସି କଲା ସମାଧାନ। ଚନ୍ଦ୍ରଶେଖରପୁର ଥାନା ଅଧିନସ୍ଥ ଫେଜ-୨ ଛକରେ ଥିବା ଗୋଟିଏ ହଷ୍ଟେଲରେ ଦେଖିବାକୁ ମିଳିଥିଲା ହାଇଡ୍ରାମା।
ଖବର ଅନୁଯାୟୀ, ରାତି ଅଧିକ ହୋଇଯିବାରୁ ଗେଟରେ ତାଲା ପକାଇ ଦେଇଥିଲେ ସିକ୍ୟୁରିଟି ଗାର୍ଡ। ଫଳରେ ଜଣେ ମଡେଲ ଦୀର୍ଘ ସମୟ ଧରି ଗେଟ୍ ବାହାରେ ରହିଥିଲେ। ଯେତେ କହିଲେ ମଧ୍ୟ ଗେଟ୍ ଖୋଲିନଥିଲେ ମାଲିକ। ପରେ ପିସିଆର୍ ଭ୍ୟାନ୍ ପହଞ୍ଚି ଘର ମାଲିକଙ୍କ ସହ ଯୋଗାଯୋଗ କରିବା ସହ ଗେଟ୍ ଖୋଲିଥିଲେ।
ସେପଟେ ଯୁବତୀଙ୍କ ନାମ ତୋଷିତା ମିଶ୍ର ହୋଇଥିବା ବେଳେ ସେ ପାଠ ପଢିବା ସହ ମଡେଲିଂରେ କ୍ୟାରିୟର କରୁଥିବା ଜଣାପଡ଼ିଛି। ଶୋ ପାଇଁ ଦିନେ ଅଧେ ଡେରି ହୋଇଯାଏ ବୋଲି କହିଥିଲେ। ପୂର୍ବରୁ ଘର ମାଲିକଙ୍କୁ ଏ ବାବଦରେ କୁହା ଯାଇଥିବା ବେଳେ ଘର ମାଲିକ ଏମିତି କରିବା ଅନୁଚିତ୍ ବୋଲି କହିଛନ୍ତି ଯୁବତୀ। ପୁଲିସ୍ ହସ୍ତକ୍ଷେପ ପରେ ରୁମ୍ ଭିତରକୁ ଯାଇଥିଲେ ଯୁବତୀ।