ଯୌନ ସଂପର୍କ ରଖିବାକୁ ମନା କରିବାରୁ ମଡେଲ ମାନସୀକୁ ମାରିଦେଲା ମୁଜାମିଲ

Published By : Prameya-News7 Bureau | October 18, 2018 IST

ମୁମ୍ବାଇ ୧୮|୧୦: ମୁମ୍ବାଇର ମଡେଲ ମାନସୀ ଦୀକ୍ଷିତଙ୍କ ହତ୍ୟା ଅଭିଯୋଗରେ ୧୯ବର୍ଷୀୟ ମୁଜାମିଲ ସୟଦକୁ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ମାନସୀଙ୍କ ସହ ଯୌନ ସଂପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲା ମୁଜାମିଲ । ମାତ୍ର ମାନସୀ ମନାକରିଦେଇଥିଲେ । ଫଳରେ ଅଭିଯୁକ୍ତ ଉତ୍ୟକ୍ତ ହୋଇ ମାନସୀଙ୍କୁ ହତ୍ୟା କରିଦେଇଥିଲା ବୋଲି ପୋଲିସ କହିଛି । ଅଭିଯୁକ୍ତ ପୋଲିସ ଆଗରେ କହିଛି ଯେ, ୨୦ବର୍ଷୀୟ ମଡେଲ ମାନସୀ ଦୀକ୍ଷିତଙ୍କୁ ଅଭିଯୁକ୍ତ ମୁଜାମିଲ ସୟଦ ତା ଘରକୁ ଡାକିଥିଲା । ସେଠାରେ ସେ ମାନସୀଙ୍କ ସହ ଯୌନ ସଂପର୍କ ରଖିବାକୁ ଚାହିଁଥିଲା । ମାତ୍ର ମାନସୀ ଏଥିରେ ରାଜି ହୋଇନଥିଲେ । ଫଳରେ ମୁଜାମିଲ ରାଗିଯାଇ ମାନସୀଙ୍କ ହତ୍ୟା କରିଦେଇଥିଲା । ମାନସୀଙ୍କ ମୃତଦେହକୁ ଏକ ବଡ ସୁଟକେସରେ ଭର୍ତ୍ତି କରି ପଶ୍ଚିମ ମାଲାଡର ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇଥିଲା । ମୁଜାମିଲ ଯେଉଁ ଟ୍ୟାକ୍ସିରେ ଯାଇଥିଲା ସେ ଟ୍ୟାକ୍ସି ଡ୍ରାଇଭରଙ୍କୁ ସନ୍ଦେହ ହେବାରୁ ସେ ପୋଲିସକୁ ଖବର ଦେଇଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାନସୀଙ୍କ ମୃତଦେହ ଜବତ କରିଥିଲା । ତାଙ୍କୁ ହତ୍ୟା କରିବା ଅଭିଯୋଗରେ ୧୯ବର୍ଷୀୟ ମୁଜାମିଲ ସୟଦଙ୍କୁ ଗିରଫ କରିଥିଲା ପୋଲିସ । ମୁଜାମିଲ ହାଇଦ୍ରାବାଦର ବାସିନ୍ଦା । ସେ ତାଙ୍କର ଜଣେ ସଂପର୍କୀୟ ସହ ମୁମ୍ବାଇ ଆସିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.