ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମଡେଲଙ୍କୁ ଚଳନ୍ତା କାରରେ ଗଣଦୁଷ୍କର୍ମ, ବନ୍ଧା ହେଲେ ୪ଯୁବକ

19/11/2022 at 12:04 PM

କୋଚି ୧୯।୧୧: କେରଳରେ ଜଣେ ୧୯  ବର୍ଷୀୟା ମଡେଲ୍‌ଙ୍କୁ ଚଳନ୍ତା କାର୍‌ରେ ଗଣବଳାତ୍କାର  କରାଯାଇଛି । ଅଭିଯୋଗ ପରେ ପୋଲିସ ଚଢ଼ଉ କରି ୪  ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ ସୂଚନା ମୁତାବକ,  କୋଡୁଙ୍ଗାଲୁର ନିବାସୀ ୩ ଜଣ ଅଭିଯୁକ୍ତ ମଡେଲଙ୍କୁ  କାର୍‌ରେ ବଳାତ୍କାର କରିଥିଲେ । କେରଳର  କସରାଗୋଡରେ ପୀଡ଼ିତାଙ୍କ ଘର । ପୀଡ଼ିତା କାକ୍କାନାଡ଼ରେ  ରହୁଥିଲେ ।

ତାଙ୍କୁ ଜଣେ ରାଜସ୍ଥାନୀ ବନ୍ଧୁ ଏକ ଡିଜେ  ପାର୍ଟିକୁ ନିମନ୍ତ୍ରଣ କରିଥିଲେ । ଏହାପରେ ବନ୍ଧୁ ଜଣକ  ତାଙ୍କୁ ଅଭିଯୁକ୍ତମାନଙ୍କ ସହ ପରିଚୟ କରାଇଥିଲେ । ପାର୍ଟି ଶେଷ ହେବା ପରେ ମଡେଲ୍‌ଙ୍କୁ ୪ ଜଣ ଅଭିଯୁକ୍ତ  ନିଜ କାର୍‌ରେ ନେଇ ଛାଡ଼ିଦେବେ ବୋଲି କହିଥିଲେ ।  ସେ ରାଜି ହୋଇ କାର୍‌ରେ ବସିଥିଲେ । ତେବେ କିଛି  ବାଟ ଯିବା ପରେ ମଡେଲ୍‌ଙ୍କୁ ୩ ଜଣ ମିଶି ଚଳନ୍ତା କାର୍‌  ମଧ୍ୟରେ ବଳାତ୍କାର କରିଥିଲେ । ଏହାପରେ ସେମାନେ  ପୀଡ଼ିତାଙ୍କୁ କାକ୍କାନାଡ଼ରେ ଛାଡ଼ି ଚାଲିଯାଇଥିଲେ।

ଡାକ୍ତରୀ ଯାଞ୍ଚରୁ ଯୁବତୀ  ଜଣକ ଆହତ ଥିବା ଜଣାପଡ଼ିଛି । ଏନେଇ  ଘରୋଇ ହସ୍ପିଟାଲ ଦ୍ୱାରା ଖବର ଦିଆଯିବା ପରେ ଘଟଣା  ସାମ୍ନାକୁ ଆସିଥିଲା । ଶୁକ୍ରବାର ସକାଳେ ପୀଡ଼ିତାଙ୍କୁ ତାଙ୍କର ଜଣେ ବନ୍ଧୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।  ଘଟଣା ଦିନ ପୀଡ଼ିତା ଏକ ବାର୍‌ରେ ମଦ୍ୟପାନ  କରିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।

   Related Posts