ଠକେଇର ଶିକାର ସିରିଏଲ୍ ଅଭିନେତ୍ରୀ ସନା ସୁରୀ; ରଜନୀକାନ୍ତଙ୍କ ଫିଲ୍ମରେ ଅଭିନୟ ଦେବାକୁ କହି ଠକିନେଲେ ୮.୪୮ ଲକ୍ଷ , ଅଭିଯୋଗ ପରେ ୨ଜଣ ଗିରଫ

Published By : Prameya-News7 Bureau | January 14, 2023 IST

ମୁମ୍ବାଇ: ଠକାମୀର ଶିକାର ହେଲେ ଟିଭି ସିରିଏଲ୍ ଅଭିନେତ୍ରୀ । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବାକୁ କହି ଦୁଇ ଜଣ ୮ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି । ଅଭିନେତ୍ରୀ ସନା ସୁରୀ ଥାନାରେ ଆଭିଯୋଗ କରିବା ପରେ ଦୁଇ ଜଣ ଠକଙ୍କୁ ବାନ୍ଧିଛି ପୋଲିସ ।

ସୂଚନା ଅନୁଯାୟୀ, ଟିଭି ଅଭିନେତ୍ରୀଙ୍କ ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ୍ । ମେଡଲେ ତଥା ଟେଲିଫିଲ୍ମ ଅଭିନେତ୍ରୀ ସନା ସୁରୀ ଠକାମୀର ଶିକାର ହୋଇଛନ୍ତି । ପିୟୁଷ ଜୈନ ନାମଙ୍କ ଜଣେ ବ୍ୟକ୍ତି ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ଜେଲରରେ ରୋଲ୍ ଦେବାକୁ କହି ୮ଲକ୍ଷ ୪୮ ହଜାର ଟଙ୍କା ଠକି ନେଇଛନ୍ତି ।

ଇଷ୍ଟାଗ୍ରାମରେ ସନା ସୁରୀଙ୍କ ସହିତ ପିୟୁଷ ଜୈନଙ୍କ ଫ୍ରେଣ୍ତସିପ୍ ହୋଇଥିଲା । ପିୟୁଷ ଜେନ୍ ବ୍ଲାକ୍ କ୍ଲଥ୍ ଇଭେଣ୍ଟ ନାମରେ ଏକ ଆକାଣ୍ଟ ଖୋଲିଥିଲେ । ଏଥିରେ ରାଜନୀକାନ୍ତଙ୍କ ଏକ ପ୍ରୋଜେକ୍ଟରେ ଅଭିନୟ ପାଇଁ ଜଣେ ଫ୍ରେସ୍ କଳାକାର ଆବଶ୍ୟକ ବୋଲି ବିଜ୍ଞାପନ ଦେଇଥିଲେ । ଜେଲରରେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିବେ । ଫିଲ୍ମରେ ରାମକ୍ରିଷ୍ଣା, ମୋହନଲାଲ ଓ ଐଶର୍ଯ୍ୟା ରାୟ ବଚନଙ୍କ ସହିତ ଅଭିନୟ କରିବାର ସୁଯୋଗ ମିଳିବ ବୋଲି କହିଥିଲେ ।

ସୁରୀଙ୍କ ମା’ ଭିନିତା, ଜୈନଙ୍କ ସମ୍ପର୍କରେ ରହିଥିଲେ । ଜୈନ ନିଜକୁ କାଷ୍ଟ ନିର୍ଦ୍ଦେଶକ ଭାବେ ପରିଚୟ ଦେଇଥିଲା । ସନା ସୁରୀଙ୍କ ଏକ ଅଡିଶନ ନେଇଥିଲେ ଏବଂ କିଛି ଦିନ ପରେ ତାଙ୍କର ଚୟନ ହୋଇଛି ବୋଲି କହିଥିଲେ । ଏହାପରେ ରଜନୀକାନ୍ତଙ୍କ ସହିତ ସୁରୀଙ୍କ ଏକ ପୋଷ୍ଟର ପଠାଇଥିଲେ । ପରେ ଫିଲ୍ମ ସୁଟିଂ ହେବା ନେଇ ନକଲି କାଗଜପତ୍ର ସହିତ ଦୁବାଇ ଯିବା ପାଇଁ ଫ୍ଲାଇଟ୍ ଟିକେଟ୍ ପଠାଇଥିଲେ । ଏହାର ଖର୍ଚ୍ଚ ବାବଦକୁ ସାନା ସୁରୀଙ୍କ ଠାରୁ ୮.୪୮ଲକ୍ଷ ଟଙ୍କା ନେଇଥିଲେ । ଟଙ୍କା ପଠାଇବାର କିଛି ଦିନ ପରେ ସୁଟିଂ ରଦ୍ଦ ହେଲା ବୋଲି କହି ଧରାଛୁଆଁ ଦେଇନଥିଲେ ଅଭିଯୁକ୍ତ ପିୟୁଷ ଜୈନ ଓ ତାଙ୍କ ସହଯୋଗୀ ।

ଅନ୍ୟପଟେ ଗତବର୍ଷ ନଭେମ୍ବର ୨୯ ତାରିଖରେ ଜେଲର୍ ଫିଲ୍ମର ସହକାରୀ ନିର୍ଦ୍ଦେଶ ସନା ସୁରୀଙ୍କ ସହିତ ଯୋଗାଯୋଗ କରି ନକଲି ପୋଷ୍ଟରକୁ ଇଷ୍ଟାଗ୍ରାମକୁ ହଟାଇବାକୁ କହିଥିଲେ ।  ପରେ ସୁରୀ ଓ ତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପିୟୁଷ ଜୈନ ଓ ତାଙ୍କ ସହଯୋଗୀ ଗିରଫ କରିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.