‘ତା’ ଫିଲ୍ମରେ ରୋଲ୍ ଦେବା ପାଇଁ ପୋଷାକ ଖୋଲିବାକୁ କହିଥିଲା’ : ସାଜିଦ ଖାନଙ୍କ ବିରୋଧରେ ମୁହଁ ଖୋଲିଲେ ଆଉ ଜଣେ ମଡେଲ୍
11/09/2020 at 6:20 PM

ମୁମ୍ବାଇ ୧୧/୯: ପ୍ରସିଦ୍ଧ ଫିଲ୍ମ ନିର୍ମାତା ସାଜିଦ ଖାନ୍ ପୁଣି ଥରେ ବିବାଦରେ ଅଛନ୍ତି। ମୁମ୍ବାଇରେ ରହୁଥିବା ଡିମ୍ପଲ୍ ପାଲ୍ ନାମକ ଜଣେ ଭାରତୀୟ ମଡେଲ୍ ତାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି। ମଡେଲଙ୍କ କହିବା ଅନୁସାରେ ନିଜ ଫିଲ୍ମ ‘ହାଉସଫୁଲ’ରେ ରୋଲ୍ ଦେବା ନାଁରେ ସାଜିଦ ତାଙ୍କୁ ଛୁଇଁବାକୁ ଉଦ୍ୟମ କରିଥିଲେ ଏବଂ ଅଶ୍ଳୀଳ କଥା କହିଥିଲେ। ସେତେବେଳେ ସେ ନାବାଳିକା ଥିଲେ।
ଡିମ୍ପଲ ପାଲ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ,‘ଏହା ପୂର୍ବରୁ ଗଣତନ୍ତ୍ର ମରି ଯାଉ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ନ ରହୁ,ତାଙ୍କୁ ଲାଗିଲା ଯେ ତାଙ୍କୁ ମଧ୍ୟ କହିବା ଉଚିତ୍। ୨୦୧୮ମସିହାରେ #MeToo ମୁଭମେଣ୍ଟ ସମୟରେ ମଧ୍ୟ ୪ଜଣ ମହିଳା ସାଜିଦଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଥିଲେ। ସାଜିଦ ପ୍ରସିଦ୍ଧ କୋରିଓଗ୍ରାଫର ଫରାହ ଖାନଙ୍କ ଭାଇ।

ନିଜ ଅଭିଯୋଗରେ ଡିମ୍ପଲ୍ ଲେଖିଛନ୍ତି ଯେ ଯେତେବେଳେ #MeToo ମୁଭମେଣ୍ଟ ଆରମ୍ଭ ହୋଇଥିଲା,ଅନେକ ଲୋକ ସାଜିଦ ଖାନଙ୍କ ବିଷୟରେ କହିଥିଲେ କିନ୍ତୁ ସେ ସାହସ ଜୁଟାଇ ପାରିନଥିଲେ। କାରଣ ସବୁ କଳାକାର ଭଳି ତାଙ୍କର କେହି ଗଡଫାଦର ନଥିବାରୁ ଏବଂ ସେ ନିଜ ପରିବାର ପାଇଁ ରୋଜଗାର କରୁଥିବାରୁ ଚୁପ୍ ରହିଥିଲେ।

ଏବେ ତାଙ୍କ ସହ ବାପା ମାଆ ନାହାନ୍ତି। ସେ ନିଜ ପାଇଁ ରୋଜଗାର କରୁଛନ୍ତି। ଏବେ ସେ କହିବାକୁ ସାହସ ଜୁଟାଇ ପାରିଛନ୍ତି। ୧୭ବର୍ଷ ବୟସରେ ସାଜିଦ ଖାନ୍ ତାଙ୍କୁ ଯୌନ ଶୋଷଣ କରିଥିଲେ।

ସେ ତାଙ୍କୁ ଅଶ୍ଳୀଳ କଥା କହିବା ସହ ତାଙ୍କୁ ଛୁଇଁବାକୁ ଉଦ୍ୟମ କରିଥିଲେ। ଏପରିକି ତାଙ୍କ ଅପକମିଂ ଫିଲ୍ମ ହାଉସଫୁଲରେ ଏକ ଭୂମିକା ଦେବା ବଦଳରେ ତାଙ୍କୁ ତାଙ୍କ ସାମନାରେ ପୋଷାକ ଖୋଲିବାକୁ କହିଥିଲେ।

ଭଗବାନ ଜାଣିଥିବେ ସେ ଏମିତି କେତେ ଝିଅଙ୍କ ସହ ଏପରି କରିଥିବେ। ସେ କାହାର ଦୟା କିମ୍ବା ସହାନୁଭୂତି ପାଇବା ପାଇଁ ସାମନାକୁ ଆସି ନାହାନ୍ତି। ସେତେବେଳେ ସେ ନାବାଳିକା ଥିବାରୁ ନ କହିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ବହୁତ ବିଳମ୍ବ ହୋଇ ଯାଇଛି ନା?

ଆଗକୁ ସାଜିଦ ଭଳି ଲୋକଙ୍କୁ ଗାଳି ଦେଇ ଡିମ୍ପଲ୍ ଲେଖିଥିଲେ ଯେ ଏହି ଅଭଦ୍ର ଲୋକଙ୍କୁ କେବଳ କାଷ୍ଟିଂ କାଉଚ୍ ପାଇଁ ନୁହେଁ ବରଂ ଆପଣଙ୍କ ସ୍ବପ୍ନକୁ ଚୋରି କରିଥିବାରୁ ମଧ୍ୟ ଜେଲରେ ପୂରାଇ ଦେବା ଉଚିତ୍।
