ପୁରୀ ୦୪।୦୭: ଆଉ ତିନି ଦିନ ପରେ ରଥଯାତ୍ରା । ଶ୍ରୀଗୁଣ୍ଡିଚାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ଲାଗିବ ଭିଡ଼ । କଡ଼ା ନଜରରେ ରହିବ ପୁରୀ ସହର । ଏପରିକି ପୁରା ସହର ସୁରକ୍ଷା ବଳୟ ଭିତରେ ରହିବ। ତେଣୁ ରଥଯାତ୍ରା ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ସହ ବିଭିନ୍ନ ବିଭାଗର ସମନ୍ବୟ ରକ୍ଷା କରିବା ପାଇଁ ମକଡ୍ରିଲ୍ କରାଯାଇଛି।
ଟାଉନ ଥାନା ଅନ୍ତର୍ଗତ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ରେ ମକଡ୍ରିଲ୍ କରାଯାଇଛି। ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ କରାଯାଉଛି ମକଡ୍ରିଲ୍। ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ବୟ କିଭଳି ରହିବ ସେନେଇ ମକଡ୍ରିଲ ହୋଇଛି। ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ବିଭାଗ ଏହି ମକଡ୍ରିଲ୍ରେ ସାମିଲ୍ ହୋଇଥିଲେ। ଏହି ମକଡ୍ରିଲ୍ରେ ପୁରୀ ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ରହିଥିଲେ ।