ଭୁବନେଶ୍ବର ୧୦|୪ : ମତଦାନ ପୂର୍ବରୁ ହେବ ‘ମକ୍ ପୋଲ୍’। ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଓଡିଶାରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପାଇଁ ମକ୍ ପୋଲ ଅନୁଷ୍ଠିତ ହେବ। ପ୍ରକୃତ ମତଦାନର ୯୦ ମିନିଟ୍ ପୂର୍ବରୁ ମକପୋଲ ଅନୁଷ୍ଠିତ ହେବ। ମକ୍ ପୋଲ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ସମସ୍ତ ନିର୍ବାଚନ ଅଧିକାରୀ ମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ଲୋକସଭା ଓ ବିଧାନସଭା ପାଇଁ ମକ୍ ପୋଲ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଛି।
ସୋନପୁର ସମାବେଶ ପରେ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ...