ଘରୋଇ ଗନ୍ତବ୍ୟରେ ବଢିଲା ବିମାନ ଉଡାଣ ସଂଖ୍ୟା, ୭୦ରୁ ହେଲା ୮୦ ପ୍ରତିଶତ

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ ୩।୧୨: କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ହରଦୀପ ସିଂ ପୁରୀ  ବିମାନ ଉଡାଣ ସଂଖ୍ୟା ବୃଦ୍ଧି ନେଇ ଗୁରୁବାର ଟ୍ୱିଟ୍‌ କରିଛନ୍ତି। କୋଭିଡ-୧୯ ମହାମାରୀ ଲାଗି ଘରୋଇ ଗନ୍ତବ୍ୟରେ ଆରମ୍ଭ ହୋଇଥିବା ବିମାନ ସେବା ନଭେମ୍ବର ୩୦ ସୁଦ୍ଧା  ୨.୫୨ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚାଇଛି।  ଏଣୁ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ(ଏମଓସିଏ) ଘରୋଇ କ୍ଷେତ୍ରରେ ବିମାନ ପରିବହନକରୀଙ୍କୁ ଉଡାଣ ସଂଖ୍ୟା ପ୍ରଚଳିତ ୭୦ରୁ ୮୦ ପ୍ରତିଶତକୁ ବୃଦ୍ଧି ଲାଗି ଅନୁମତି ଦେଇଥିବା ଘୋଷଣା କରିଛନ୍ତି।

{"id":372100,"sizeSlug":"large"}

ପୁରୀ ତାଙ୍କ ଟ୍ୱିଟ୍‌ରେ ମେ ୨୫ ତାରିଖ ଦିନ ୩୦ ହଜାର ଯାତ୍ରୀଙ୍କୁ ନେଇ ଘରୋଇ ଗନ୍ତବ୍ୟରେ ବିମାନ ସେବା ଆରମ୍ଭ ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି। ତେବେ ୩୦ ନଭେମ୍ବର ବେଳକୁ ଯାତ୍ରୀଙ୍କ ସଂଖ୍ୟା ୨.୫୨ ଲକ୍ଷ ସ୍ତରକୁ ପହଞ୍ଚିବା ବାସ୍ତବିକ ଏକ ବଡ଼ ସଫଳତା ବୋଲି ଲେଖିଛନ୍ତି। ଏଣୁ ଏୟାରଲାଇନ୍ସମାନଙ୍କ ପୂର୍ବ କୋଭିଡ କ୍ଷମତା ୭୦ ପ୍ରତିଶତରୁ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିବା କହିଛନ୍ତି।

wp:html /wp:html

ଗତ ନଭେମ୍ବର ୧୧ ତାରିଖରେ କରୋନା ପରିସ୍ଥିତିରେ ବଢୁଥିବା ବିମାନ ଯାତ୍ରା ଚାହିଦାକୁ ଦୃଷ୍ଟିରେ ରଖି ହରଦୀପ ସିଂପୁରୀ  ପୂର୍ବ କୋଭିଡ ସୀମାକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଲାଗି ଅନୁମତି ଦେଇଥିଲେ। କୋଭିଡ ଲକଡାଉନ ହଟିବା ପରେ ଆରମ୍ଭ ହୋଇଥିବା ଅନଲକରେ ଘରୋଇ ଗନ୍ତବ୍ୟରେ ଅତି ବେଶିରେ ୩୩ ପ୍ରତିଶତ ବିମାନ ଉଡାଣ ନିମନ୍ତେ ଅନୁମତି ଥିଲା। ଜୁନ ୨୬ ତାରିଖରେ ଏହାକୁ ବଢାଇ ୪୫ ପ୍ରତିଶତ କରାଯିବା ପରେ ଧିରେ ଧିରେ ଉଡାଣ ସଂଖ୍ୟା ବଢିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.