scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଶସ୍ତା ହେବ ମୋବାଇଲ-ଟିଭି-ଫ୍ରିଜ୍, ପାର୍ବଣ ଋତୁରେ ମିଳିବ ଗ୍ରାହକଙ୍କୁ ଫାଇଦା

19/06/2023 at 11:00 PM

ନୂଆଦିଲ୍ଲୀ, ୧୯/୦୬: ଇଲେକ୍ଟ୍ରୋନିକ୍ସ ଉପକରଣ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଶସ୍ତା ହେବ ମୋବାଇଲ-ଟିଭି-ଫ୍ରିଜ୍ ଭଳି ବୈଦ୍ୟୁତିକ ଉପକରଣ। ପାର୍ବଣ ଋତୁ ବେଳକୁ ଗ୍ରାହକଙ୍କୁ ମିଳିବ ଫାଇଦା। ମୋବାଇଲ, ଟିଭି, ଲାପଟପ୍, ଫ୍ରିଜ୍‌ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ଉପକରଣ ପାଇଁ ଲାଗୁଥିବା ପରିବହନ ଖର୍ଚ୍ଚ ସହ ଅନ୍ୟାନ୍ୟ ଖର୍ଚ୍ଚ ହ୍ରାସ ପାଇଥିବାରୁ ଏଭଳି କମିଥିବାରୁ ଏସବୁ ଶସ୍ତା ହୋଇପାରେ। ଏମିତିରେ ଆପଣଙ୍କୁ ପାର୍ବଣ ଋତୁରେ ଇଲେକ୍ଟେ୍ରାନିକ୍‌ ସାମଗ୍ରୀ କିଣିବା ଶସ୍ତା ହୋଇପାରେ।

ମିଳିଥିବା ସୂଚନା ଅନୁଯାୟୀ, ପରିବହନ ଖର୍ଚ୍ଚ କମ୍ପୋନେଣ୍ଟ ଖର୍ଚ୍ଚରେ ବଡ଼ ମାତ୍ରାରେ ହ୍ରାସ ପାଇଛି। ଏହି କାରଣରୁ କମ୍ପାନୀମାନେ ଇଲେକ୍ଟ୍ରେନିକ୍ସ ସାମଗ୍ରୀର ଦାମ୍‌ରେ ହ୍ରାସ କରିବେ। ଆଉ ଏହି ଫାଇଦା ପାର୍ବଣ ଋତୁରେ ମିଳିବା ଆରମ୍ଭ ହୋଇଯିବ। ରିପୋର୍ଟ ଅନୁଯାୟୀ, ମାଲ ପରିବହନ ଖର୍ଚ୍ଚ କୋଭିଡ ସମୟ ତୁଳନାରେ ବେଶ୍‌ ହ୍ରାସ ପାଇଛି। କୋଭିଡ କାଳରେ କଣ୍ଟେନରରେ ଚୀନରୁ ମାଲ ପରିବହନ ପାଇଁ ୮୦୦୦ ଡଲାର ଖର୍ଚ୍ଚ ହେଉଥିଲା। ଯାହା ଏବେ ହ୍ରାସ ପାଇଁ ୮୫୦-୧୦୦୦ ସ୍ତରକୁ ଖସି ଆସିଛି।

ଆହୁରି ପଢ଼ନ୍ତୁ: ଆଭିଏସନ ଉଦ୍ୟୋଗର ସବୁଠୁ ବଡ଼ ଡିଲ୍‌, ଏକାସଙ୍ଗରେ ୫୦୦ ବିମାନ ଅର୍ଡର ଦେଲା IndiGo

ସେହିଭଳି ସେମିକଣ୍ଡକ୍ଟର ଚିପ୍‌ର ଦାମ୍‌ ମଧ୍ୟ ଅନେକାଂଶରେ ହ୍ରାସ ପାଇଛି। ଯାହାକି କୋଭିଡ୍‌ ସମୟ ତୁଳନାରେ ୯୦ ପ୍ରତିଶତ ସ୍ତରକୁ ଖସିଛି। ବୈଦ୍ୟୁତିକ ଉପକରଣରେ ଲାଗୁଥିବା ଅନ୍ୟାନ୍ୟ ସରଞ୍ଚାମର ମୂଲ୍ୟ ମଧ୍ୟ ୬୦-୮୦ ପ୍ରତିଶତ ହ୍ରାସ ପାଇଛି। ଯାହାର ପ୍ରଭାବ ଏବେ ଦାମ୍‌ରେ ଦେଖାଦେଇଛି।

ରିପୋର୍ଟ ଅନୁଯାୟୀ, କୋଭିଡ୍ କାରଣରୁ ଗତ ୨ ବର୍ଷରୁ ହ୍ରାସ ପାଇଥିବା ଚାହିଦାକୁ ପୁଣି ଥରେ ବଢ଼ାଇବା ଲାଗି କମ୍ପାନୀମାନେ ଦାମ୍‌ରେ କମ୍‌ କରିବେ। ବିଶେଷ କରି ଟିଭି, ମୋବାଇଲ ଫୋନ୍‌, କମ୍ପ୍ୟୁଟର ଏବଂ ଅନ୍ୟ ଉପକରଣର ଦାମ୍‌ରେ କମ୍ ହେବାର ଅଧିକ ସମ୍ଭାବନା ରହିଛି। କମ୍ପାନୀ ଦିପାବଳୀ ବେଳକୁ ଗ୍ରାହକଙ୍କୁ ଦାମ୍‌ରେ ହ୍ରାସ ନେଇ ଘୋଷଣା କରିପାରନ୍ତି। ଆଉ ଏଭଳି କରି ଚାହିଦା ପୁଣି ଥରେ ବଢ଼ାଇବାକୁ ଆଶା କରିବେ।

ଆହୁରି ପଢ଼ନ୍ତୁ: ବଜାରରୁ ଗାଏବ ହେଉଛି କି ୫୦୦ ଟଙ୍କିଆ ନୋଟ୍ ? ମିଡିଆ ରିପୋର୍ଟକୁ ନେଇ କ’ଣ କହିଲା RBI?

   Related Posts