ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଦୋକାନରେ ନିଆଁ ଲାଗି ଦୁଇ ଗୁରୁତର, ୧୦ ଲକ୍ଷ ଟଙ୍କାର ମୋବାଇଲ୍ ପୋଡ଼ି ପାଉଁଶ

26/09/2022 at 9:39 AM

ବାଲିପାଟଣା ୨୬/୦୯: ବାଲିଅନ୍ତା ଥାନା ବାଳକାଟି ବଜାରରେ ଏକ ମୋବାଇଲ୍ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି । ଅଗ୍ନିକାଣ୍ଡରେ ପୋଡ଼ି ହୋଇ ୨ ଜଣ ଗୁରୁତର ହୋଇ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୋକାନରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ମୋବାଇଲ୍ ପୋଡି ପାଉଁଶ ହୋଇଯାଇଛି ।

ରବିବାର ବିଳମ୍ବିତ ରାତ୍ରି ରେ ଦିଲ୍ଲାପ ସାହୁଙ୍କର ବାଳକାଟି ବଜାରରେ ଥିବା ମୋବାଇଲ୍ ଦୋକାନ ହଠାତ୍‌ ଜଳି ଉଠିଥିଲା । ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ନିଆଁ ଜଳିଥିଲା । ଏହି ସମୟରେ ଦୋକାନରେ ଥିବା ୨ କର୍ମଚାରୀ ମଧ୍ୟ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ରେ କ୍ୟାପିଟାଲ୍ ହସ୍ପିଟାଲ ପଠାଯାଇଥିଲା ।

ଘଟଣାସ୍ଥଳରେ ବାଲିଅନ୍ତା ଦମକଳ ବାହିନି ପହଁଞ୍ଚି ନିଆଁ କୁ ଆୟତ କରିଥିଲେ । ସେତେବେଳକୁ ପୂଜା ସିଜିନ୍ ପାଇଁ ଦୋକାନରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା । ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

   Related Posts