ଚୋରି ରୋକିବାକୁ ପୋଲିସର ଅଭିନବ ପ୍ରୟାସ: ଦୋକାନରେ ଚଢାଉ, ୬୦ରୁ ଅଧିକ ମୋବାଇଲ ଜବତ

Published By : Prameya-News7 Bureau | January 23, 2023 IST

କୋରାପୁଟ ୨୩/୦୧: କୋରାପୁଟ ସହରର ସମସ୍ତ ମୋବାଇଲ ମରାମତି ଦୋକାନରେ ପୋଲିସର ଚଢାଉ । କୋରାପୁଟରେ ଦିନକୁ ଦିନ ମୋବାଇଲ ଚୋରି ଘଟଣା ବଢୁଥିବା ବେଳେ ଆଜି ଅପରାହ୍ନରେ କୋରାପୁଟ ଏସଡିପିଓଙ୍କ ନେତୃତ୍ୱରେ ଟାଉନ୍ ଥାନା ଆଇଆଇସି ଏକ ଟିମ୍ ଗଠନ କରି ସହରର ବିଭିନ୍ନ ମୋବାଇଲ ମରାମତି ଓ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରିଛି ।

ଚଢ଼ାଉରେ ସହରର ବିଭିନ୍ନ ଦୋକାନରୁ କାଗଜପତ୍ର ନଥିବା ୬୦ରୁ ଉର୍ଦ୍ଧ୍ୱ ମୋବାଇଲ ଜବତ୍ କରାଯାଇଛି । ଜବତ୍ ମୋବାଇଲର କାଗଜପତ୍ର ଦେଖାଇ ଦୋକାନୀ ମୋବାଇଲ ନେଇପାରିବେ କୌଣସି ମୋବାଇଲ ଦାବିବାର ନଆସିଲେ କେସ ରୁଜୁ କରିବା ସହ ଉକ୍ତ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ଏସଡିପିଓ ।

ମୋବାଇଲ ଚୋରି ରୋକିବା ସହ ଚୋରି ମୋବାଇଲ ବିକ୍ରି ଏଭଳି ଚଢ଼ାଉ ଦ୍ଵାରା ନିୟନ୍ତ୍ରଣ କରାଯାଇପାରିବ ଏବଂ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ କହିଛନ୍ତି ଏସଡିପିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.