scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୋବାଇଲ୍ ଖୋଲିଲା ଶୁଭଲକ୍ଷ୍ମୀ ଆତ୍ମହତ୍ୟା ପଛର ସତ, ଭିଡିଓ ଭାଇରାଲ୍ ପାଇଁ ଆତ୍ମହତ୍ୟା ସନ୍ଦେହ !

10/08/2023 at 3:19 PM

ଭୁବନେଶ୍ବର ୧୦।୮: ମୋବାଇଲ ଖୋଲିଲା ଶୁଭଲକ୍ଷ୍ମୀ ସାହୁ ଆତ୍ମହତ୍ୟା ପଛର ସତ । ଭିଡିଓ ଭାଇରାଲ୍ ପାଇଁ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଭିଡିଓରେ ଜଣେ ଯୁବକଙ୍କ ସହ ଶୁଭଲକ୍ଷ୍ମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା ଜଣାପଡିଛି । ଭିଡିଓକୁ ନେଇ ଶୁଭଲକ୍ଷ୍ମୀଙ୍କୁ ବ୍ଲାକମେଲିଂ କରାଯାଉଥିଲା ବୋଲି କୁହାଯାଉଛି । ସିଡିଆର ଯାଞ୍ଚ ବେଳେ ଶୁଭଲକ୍ଷ୍ମୀଙ୍କ ପାଖକୁ କଲ୍ ଆସୁଥିବା ନମ୍ବର ଗୁଡିକ ପୋଲିସ ଯାଞ୍ଚ କରୁଛି ।  

ଶୁଭଲକ୍ଷ୍ମୀଙ୍କ  ହ୍ୱାଟ୍ସଆପ୍ ଓ ମେସେଞ୍ଜର ଚାଟ୍ ଡ଼ିଲିଟ୍ ହୋଇଛି । ଶୁଭଲକ୍ଷ୍ମୀଙ୍କ ମେସେଜ ଥିବା ବେଳେ ଅପର ପକ୍ଷର ମେସେଜ ଡିଲିଟ୍ ହୋଇଯାଇଛି  । ମେସେଜ୍ ରିକଭରି ପାଇଁ ପୋଲିସ ଚେଷ୍ଟା କରୁଛି । ଭିଡିଓ ଭାଇରାଲ୍ କଲା କିଏ ତାକୁ ନେଇ ସାଇବର ପୋଲିସ ସହାୟତା ନେଇଛି ପୋଲିସ ।

ଭୁବନେଶ୍ବରର ଏକ ହୋଟେଲ ରୁମ୍‌ରୁ ଶୁଭଲକ୍ଷ୍ମୀ ସାହୁଙ୍କ ମୃତଦେହ ମିଳିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ । ଘଟଣାରେ ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ମାମଲା ରୁଜୁ କରିବା ସହ ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁର କାରଣ ଖୋଜି ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଛି ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ଵାସରୁଦ୍ଧ ହୋଇ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ୨୪ରୁ ୩୬ ଘଣ୍ଟା ପୂର୍ବରୁ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଥିବା ସୂଚନା ମିଳିଛି । ଘଟଣାର ଅଧିକ ତଦନ୍ତ ପାଇଁ SFSLକୁ ଭିସେରା ପଠାଇଛି ପୋଲିସ । ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତଦେହରୁ ନିଶା ଦ୍ରବ୍ୟର ନମୁନା ମିଳିଛି । ସେପଟେ ଶୁଭଲକ୍ଷ୍ମୀଙ୍କର କେଉଁଦିନ ମୃତ୍ୟୁ ଘଟିଛି ତାକୁ ନେଇ ଉଠିଛି ପ୍ରଶ୍ନ ।

ସୂଚନାଯୋଗ୍ୟ ଯେ, ଶୁଭଲକ୍ଷ୍ମୀ କମଳାନେହେରୁ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରୀ । ୪ ତାରିଖରେ ସେ ଘରୁ କଲେଜ ଯାଉଛି କହି ଆସିଥିଲେ । ସେହିଦିନ ଅପରାହ୍ନ ୩ଟାରେ କଟକ ରୋଡରେ ଥିବା ଦୀପାଳି ହୋଟେଲ୍‌ ଆଣ୍ଡ୍‌ ବାର୍‌ରେ ୨୦୫ ନମ୍ବର ରୁମ୍‌ ବୁକ୍‌ କରି ରହିଥିଲେ । ପରଦିନ ଅର୍ଥାତ ଶନିବାର ସକାଳେ ସେ ରୁମ୍‌ରୁ ବାହାରି ନଥିଲେ । ସେହିଦିନ ମଧ୍ୟାହ୍ନରେ ହୋଟେଲ୍‌ ବୟ ଖାଇବା ପାଇଁ କବାଟ ବାଡ଼େଇ ଡ଼ାକିଥିଲେ ମଧ୍ୟ ସେ କବାଟ ଖୋଲିନଥିଲେ । ହୋଟେଲ ବୟ ଏନେଇ ହୋଟେଲ ମ୍ୟାନେଜରଙ୍କୁ ଜଣାଇଥିଲେ । ଅପରାହ୍ନ ମ୍ୟାନେଜର କବାଟ ବାଡ଼େଇ ଡାକିଥିଲେ । ଶୁଭଲକ୍ଷ୍ମୀ ନ ଖୋଲିବାରୁ କବାଟକୁ ଏକ ଧକ୍କା ମାରିଥିଲେ । ତେବେ କବାଟ ଖୋଲିଯିବା ସହ ଭିତରେ ଶୁଭଲକ୍ଷ୍ମୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସେ ଏନେଇ ସଙ୍ଗେ ସଙ୍ଗେ ଲକ୍ଷ୍ମୀସାଗର ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା ।

You Can Read :

   Related Posts