ପାସେଞ୍ଜରଙ୍କୁ ଛାଡି କଣ୍ଡକ୍ଟରଙ୍କୁ ଟାର୍ଗେଟ୍, ‘ମୋ ବସ୍’ରୁ ଲୁଟିନେଲେ ମୋବାଇଲ୍
20/11/2023 at 5:08 PM

ବାରଙ୍ଗ ୨୦।୧୧: ଆଗରୁ ପାସେଞ୍ଜର ଠାରୁ ଆଉ ଏବେ କଣ୍ଡକ୍ଟର । ୧୮ ନମ୍ବର ‘ମୋ ବସ୍’ରୁ ମୋବାଇଲ୍ ଲୁଟ୍ । ବସ୍ ଅଟକାଇ ପାସେଞ୍ଜରଙ୍କୁ ଚେକିଂ କଲେ କଣ୍ଡକ୍ଟର ।
ସୂଚନାଯୋଗ୍ୟ ଯେ, ‘ମୋ ବସ୍’ରୁ ମୋବାଇଲ୍ ଲୁଟ୍ । ଏଥର କିନ୍ତୁ ପାସେଞ୍ଜରକୁ ଛାଡି କଣ୍ଡକ୍ଟରଙ୍କୁ ଟାର୍ଗେଟ କରିଛନ୍ତି ଲୁଟେରା । ନୀଳାଦ୍ରି ବିହାର ଡ଼ମଣା ରାସ୍ତାରେ ‘ମୋ ବସ୍’ କଣ୍ଡକ୍ଟର ରଶ୍ମୀ ରଞ୍ଜନ ପଣ୍ଡାଙ୍କ ମୋବାଇଲ୍ ନେଇ ଯାଇଛନ୍ତି ଲୁଟେରା । ବସ୍ ଭିତରେ ଖୋଜିବା ସହ ପାସେଞ୍ଜରଙ୍କ ବ୍ୟାଗ୍ ଚେକିଂ ମଧ୍ୟ କରିଥିଲେ କଣ୍ଡକ୍ଟର । ଯାହାକୁ ନେଇ କିଛି ସମୟ ପାଇଁ ରାସ୍ତା ଜାମ୍ ହୋଇଥିଲା । ଏନେଇ କଣ୍ଡକ୍ଟର ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
You Can Read :
Related Posts
ଅଜଣା ବ୍ୟକ୍ତିଙ୍କୁ ଧକ୍କା ଦେଲା ହାଇଓ୍ବା : ଚକ ତଳେ ଚାପି ହୋଇ ଚାଲିଗଲା ଜୀବନ
30 November 2023
ନାବାଳିକାକୁ ଉଦ୍ଧାର ପାଇଁ ଧାରଣା, ଅପହରଣର ୩ ମାସ ପରେ ମିଳୁନି ପତ୍ତା
30 November 2023
ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା : ଝିଆରୀ ମୃତ, ଦାଦା ଗୁରୁତର
30 November 2023