ଜେଲ୍‌ ଭିତରୁ ଆସୁଛି ନିର୍ଦ୍ଦେଶ, ବାହାରେ କ୍ରାଇମ କରୁଛନ୍ତି ଗ୍ୟାଙ୍ଗ୍... ଚୌଦ୍ବାର ଜେଲ୍‌ରୁ ମୋବାଇଲ୍‌ ମେସେଜ୍, ସେଲ୍‌ଫି

Published By : Prameya-News7 Bureau | January 06, 2020 IST

ଭୁବନେଶ୍ବର ୬/୧: ଜେଲ ଚାରିକାନ୍ଥ ଭିତରେ ଥାଇ ଅପରାଧ ଘଟାଉଛନ୍ତି ଅପରାଧୀ । ଦାଦାବଟି ମାଗିବାଠାରୁ ଆରମ୍ଭ କରି ବଡବଡ କ୍ରାଇମ କରିବାରେ ସକ୍ଷମ ହେଉଛନ୍ତି ଗ୍ୟାଙ୍ଗଷ୍ଟର । କେବଳ ଏତିକି ନୁହେଁ ଆଣ୍ଡ୍ରଏଡ ଫୋନରେ ସେଲଫି ଉଠାଇବା ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ହେଲେ ଏସବୁ କେମିତି ସମ୍ଭବ ହେଉଛି । ଜେଲର ସୁରକ୍ଷା ବ୍ୟବସ୍ଥାରେ ଢିଲା ରହିଛି କି?

{"id":207858,"sizeSlug":"large"}

ଜେଲ ଭିତରେ ଅପରାଧୀ, ବାହାରେ ଚାଲୁଛି ନେଟଓ୍ବର୍କ । ଭାୟା ଫୋନରେ ଭାଇଗିରି।ଦାଦାବଟି ମାଗିବାଠାରୁ ଆରମ୍ଭ କରି ସ୍ମଗଲିଙ୍ଗ ଭଳି କ୍ରାଇମ୍ । ସକିଲ,ଧଳସାମନ୍ତ ଭଳି ଗ୍ୟାଙ୍ଗଷ୍ଟର ଜେଲରେ ଥାଇ ଇସାରା ଦେଉଛନ୍ତି । ଆଉ ଭାଇମାନଙ୍କର ନିର୍ଦ୍ଦେଶରେ ଅପରାଧକୁ ରୂପ ଦେଉଛନ୍ତି ବାହାରେ ଥିବା ସହଯୋଗୀ ।

{"id":207860,"sizeSlug":"large"}

ଏ ସବୁ ସମ୍ଭବ ହେଉଛି କେବଳ ମୋବାଇଲ ଫୋନ ମାଧ୍ୟମରେ । କେବଳ ଏତିକି ନୁହେଁ ବହୁ ଅପରାଧୀ ଜେଲ ଭିତରେ ମୋବାଇଲରେ ସେଲଫି ମଧ୍ୟ ପଠାଉଛନ୍ତି । ଜେଲ କର୍ମଚାରୀଙ୍କ ହାତ ଯୋଗୁଁ ଅପରାଧୀଙ୍କ ପାଖରେ ଅତି ସହଜରେ ମୋବାଇଲ ଫୋନ ପହଞ୍ଚି ପାରୁଥିବା କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ।

{"id":207859,"sizeSlug":"large"}

ଜେଲ ଚାରିକାନ୍ଥ ଭିତରେ ଥାଇ ମଧ୍ୟ ଅଭିଯୁକ୍ତମାନେ ଅପରାଧ ଘଟାଇବାର ସୁଯୋଗ ପାଉଛନ୍ତି । ନିୟମ ଅନୁସାରେ ପ୍ରତ୍ୟେକ ମାସ ବା ନିୟମିତ ବ୍ୟବଧାନରେ ପୋଲିସ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜେଲର ଚଢାଉ କରିବା କଥା ।

{"id":207861,"sizeSlug":"large"}

ହେଲେ ସଠିକ୍ ଢଙ୍ଗରେ ଚଢାଉ ହେଉ ନଥିବାରୁ ଅପରାଧୀଙ୍କ ହାତପାହାନ୍ତାରେ ସବୁକିଛି ପହିଞ୍ଚିଯାଉଛି । ଆଉ ମୋବାଇଲ ଫୋନ ବ୍ୟବହାର କରି କ୍ରାଇମ କରିବାରେ ସକ୍ଷମ ହୋଇପାରୁଛନ୍ତି ଅପରାଧୀ । ନିକଟରେ ଚୌଦ୍ବାର ଜେଲରୁ ଦାଦାବଟି ମାଗିବା ଫଟୋ ପଠାଇବା ଘଟଣା ପୁଣି ଜେଲକୁ ବିବାଦ ଭିତରକୁ ଟାଣିନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.