ହାଟରୁ ଧରା ପଡ଼ିଲେ ମୋବାଇଲ୍‌ ଫୋନ୍‌ ଚୋର; ପୋଲିସର ଜିମାଦେଲେ ସ୍ଥାନୀୟ ଲୋକ

Published By : Prameya-News7 Bureau | September 02, 2022 IST

ଆନନ୍ଦପୁର ୦୨/୦୯: ହାଟରୁ ମୋବାଇଲ୍ ଚୋରୀ କଲାବେଳେ  ଧରାପଡ଼ିଲେ ୨ ଯୁବକ। ସେ ଦୁଇ ଜଣଙ୍କୁ କାବୁକରି ସ୍ଥାନୀୟ ଲୋକେ ପୋଲିସ ପାଖରେ ଜିମା ଦେଇଛନ୍ତି। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବାଲିପାଳ ସାପ୍ତାହିକ ହାଟରେ ଏପରି ଘଟଣା ହୋଇଥିବା ଦେଖିବାକୁ ମିଳିଛି।

ଖବର ଅନୁସାରେ, ଜଣେ ବ୍ଯବସାୟିଙ୍କ ପାଖରୁ ମେବାଇଲ୍ ଚୋରୀ କରିବା ବେଳେ ସମ୍ପୃକ୍ତ ୨ ଯୁବକଙ୍କୁ ହାଟରେ ଥିବା ଲୋକେ ଧରିଥିଲେ। ପରେ ସେମାନଙ୍କୁ ସେଠାରେ ଅଟକ ରଖାଯାଇଥିଲା। ଅଟକ ଯୁବକଙ୍କ ଘର ଯାଜପୁର ଜିଲ୍ଲା କଳିଙ୍ଗନଗର ବୋଲି ଜଣାପଡ଼ିଛି। ସେମାନଙ୍କ ପାଖରୁ ୨ଟି ଏଟିଏମ୍ କାର୍ଡ ଜବତ ହୋଇଛି। ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ବାଲିଆପାଳ ହାଟରେ ଅନେକ ଦିନ ହେବ ମୋବାଇଲ ଚୋରି ଅଭିଯୋଗ ହେଉଥିବା ବେଳେ ପୋଲିସ ଚୋରଙ୍କ ସମ୍ପର୍କରେ ଟେର୍ ପାଉନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.