Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅତ୍ୟାଧିକ ଗରମ ହେଉଛି କି ଫୋନ୍ ? ଜାଣନ୍ତୁ ଏଥିରୁ କିପରି ବର୍ତ୍ତିବେ…

4/06/2023 at 8:43 AM

ନୂଆଦିଲ୍ଲୀ ୦୪।୦୬:ଆଜିକାଲି ଲୋକଙ୍କ ଜୀବନରେ ସ୍ମାର୍ଟଫୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କଲ କରିବା ଠାରୁ ଆରମ୍ଭ କରି ଅନଲାଇନ୍ ପେମେଣ୍ଟ ପର୍ଯ୍ୟନ୍ତ, ଛୋଟ ବଡ କାମ ପାଇଁ ସ୍ମାର୍ଟଫୋନ୍ ଉପରେ ସମସ୍ତେ ନିର୍ଭର । କିନ୍ତୁ ଫୋନର ଏକ ଗମ୍ଭୀର ସମସ୍ୟା ହେଉଛି ଏହା ଖୁବଶୀଘ୍ର ଗରମ ହୋଇଯାଏ । ସ୍ମାର୍ଟଫୋନ୍ ଅତ୍ୟଧିକ ଗରମ ହେବା ହୋଇପାରେ ବିପଦର କାରଣ । ଏମିତିକି ଫୋନର ବ୍ୟାଟେରୀ ମଧ୍ୟ ଫାଟିପାରେ ।  ତେବେ ଆସନ୍ତୁ ଜାଣିବା ଏଥିରୁ କେମିତି ବଞ୍ଚିବା…

ଫୋନକୁ ସୂର୍ଯ୍ୟକିରଣଠାରୁ ଦୂରେଇ ରଖିବା ଉଚିତ୍ । ସୂର୍ଯ୍ୟକିରଣ ଫୋନକୁ ଶୀଘ୍ର ଗରମ କରିପାରେ । ଏହାକୁ ଛାଇରେ ବ୍ୟବହାର କରିବା ଉଚିତ୍ । ଯଦି ଆପଣ ନିଜ ଫୋନକୁ ପ୍ରାୟତଃ ଆର୍ଦ୍ର ଏବଂ ଗରମ ପରିବେଶରେ ବ୍ୟବହାର କରୁଛନ୍ତି, ତେବେ ମୋବାଇଲର କଭରକୁ ବାହାର କରିଦିଅନ୍ତୁ ।

ଫୋନକୁ ବାହାରେ ଚାର୍ଜ କରନ୍ତୁ ନାହିଁ ଏବଂ ଚାର୍ଜ କରିବା ବେଳେ କଭର ବାହାର କରି ଚାର୍ଜ କରୁନ୍ତୁ । ଏହାବ୍ୟତୀତ ଫୋନକୁ ଗରମ କାରରେ ଛାଡନ୍ତୁ ନାହିଁ । କାର ଭିତରର ତାପମାତ୍ରା ଫୋନ ପାଇଁ ହୋଇପାରେ ବେଶ୍ ବିପଜ୍ଜନକ ।

ସେହିପରି ବ୍ୟାଟେରୀ ସଞ୍ଚୟ କରିବା ଏବଂ ଫୋନକୁ ଅତ୍ୟଧିକ ଗରମ ହେବାରୁ ରୋକିବା ପାଇଁ ଗେମ୍, ଭିଡିଓ ଷ୍ଟ୍ରିମିଂ ଆପ୍, ବ୍ଲୁଟୁଥ୍, ୱାଇ-ଫାଇ ଏବଂ ଜିପିଏସ୍କୁ ବ୍ୟବହାର ନହେବା ବେଳେ ଏହାକୁ ବନ୍ଦ ରଖନ୍ତୁ । ଫୋନକୁ କେବେବି ଫ୍ରିଜରେ ରଖନ୍ତୁ ନାହିଁ । କାରଣ ଫ୍ରିଜରେ ଥିବା ଜଳ ଏବଂ ଆର୍ଦ୍ରତା ଏହାର ଉପାଦାନଗୁଡ଼ିକୁ କ୍ଷତି ପହଞ୍ଚାଇପାରେ ।

 ଫୋନରେ ବ୍ୟାଟେରୀ ସେଭିଙ୍ଗ୍ ମୋଡ୍ ଅନ କରନ୍ତୁ । ବ୍ୟାଟେରୀ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥାଏ ଏବଂ ଆପଣଙ୍କ ଫୋନକୁ ଅଧିକ ଗରମରୁ ରକ୍ଷା କରିଥାଏ । ଆପଣଙ୍କର ଡିଭାଇସ୍ର ସଫ୍ଟୱେର୍ ନିୟମିତ ଅପଡେଟ୍ କରନ୍ତୁ । ଏହା ଆପଣଙ୍କର ଡିଭାଇସ୍ କୁ ଅଧିକ ଗରମରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ସାଧାରଣତଃ ଧୂଳି ଏବଂ ମଇଳା ଫୋନର ଛିଦ୍ରରେ ରହିଯାଇଥାଏ । ଯାହା ଫୋନକୁ ଥଣ୍ଡା ହେବାକୁ ରୋକିଥାଏ । ତେଣୁ ନିୟମିତ ଭାବେ ଏକ ନରମ ବ୍ରଶ୍‌ ବ୍ୟବହାରରେ ଏହାକୁ ସଫା କରନ୍ତୁ ।  ଯେଉଁଥିରେ ଫୋନ ଅତ୍ୟାଧିକ ଗରମ ହେବାରୁ ମିଳିବ ମୁକ୍ତି ।

   Related Posts