ରାଜଧାନୀରୁ ମୋବାଇଲ ଲୁଟେରା ଗିରଫ, ୪୦ଟି ଦାମୀ ମୋବାଇଲ୍ ଜବତ

Published By : Prameya-News7 Bureau | December 23, 2020 IST

ଭୁବନେଶ୍ୱର ୨୩।୧୨: ରାଜଧାନୀରୁ ମୋବାଇଲ ଲୁଟେରା ଗିରଫ । କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ  ଓ ସହିଦନଗର ପୋଲିସ ଏହି ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ୪୦ଟି ଦାମୀ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି । ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ରାଜଧାନୀରେ ମୋବାଇଲ୍‌ ଲୁଟେରା ସଂକ୍ରିୟ ରହିଛନ୍ତି । ଯାହାକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ , କିପରି ଏହି ମୋବାଇଲ୍‌ ଲୁଟେରାକୁ କାବୁ କରାଯିବ । ସେନେଇ ଯୋଜନା ପ୍ରସ୍ତୁତ କରିଥିଲା କମିଶନରେଟ୍‌ ପୋଲିସ । ଶେଷରେ କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ସହିଦନଗର ପୋଲିସ ଏହି ମୋବାଇଲ୍‌ ଲୁଟେରାକୁ ଗିରଫ କରିଛି । ଲୁଟେରାକୁ ଗିରଫ କରିବା ସହିତ ବିଭିନ୍ନ କମ୍ପାନୀର ୪୦ଟି ଦାମୀ ମୋବାଇଲ୍‌ ଜବତ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.