ଭୁବନେଶ୍ୱର ୧୯।୧୦: ପୋଲିସ୍ କବ୍ଜାରେ ମୋବାଇଲ ଲୁଟେରା । ଖଣ୍ଡଗିରି ଅଞ୍ଚଳରୁ ୩ ଜଣ ଲୁଟେରାକୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୬୦ଟି ମୋବାଇଲ୍ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ଖଣ୍ଡଗିରି, ଭରତପୁର ଓ ଡୁମୁଡୁମା ଅଞ୍ଚଳର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ, ଭରତପୁର, ଖୋର୍ଦ୍ଧା ବାଇପାସ୍ ନିକଟରେ ଲୋକଙ୍କୁ ଟାର୍ଗେଟ କରି ଏମାନେ ଲୁଟୁଥିଲେ । ଲୋକମାନଙ୍କ ଠାରୁ ମୋବାଇଲ୍ ଲୁଟି ନେଉଥିଲେ ଏହି ଲୁଟେରା । ତେବେ ପୋଲିସ ନିକଟରେ ଏନେଇ ବାରମ୍ବାର ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ପୋଲିସ ସଜାଗ ହୋଇଯାଇଥିଲା । ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରି ରଖୁଥିଲା । ଏହି ପ୍ରରିପେକ୍ଷୀରେ ଖଣ୍ଡଗିରି ଥାନା ଅଞ୍ଚଳରୁ ୩ଜଣ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୬୦ଟି ବିଭିନ୍ନ ବ୍ରାଣ୍ଡର ମୋବାଇଲ୍ ଜବତ କରିଛି ।