ରାଜଧାନୀରୁ ମୋବାଇଲ୍ ଚୋର ଗ୍ୟାଙ୍ଗ ଗିରଫ

Published By : Prameya-News7 Bureau | June 11, 2019 IST

ଭୁବନେଶ୍ବର ୧୧|୬: ରାଜଧାନୀରୁ ମୋବାଇଲ୍ ଚୋର ଗ୍ୟାଙ୍ଗ ଗିରଫ । ଭିକ ମାଗିବା ବାହାନାରେ ଏମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଚୋରି କରୁଥିଲେ । ଘର ଭିତରକୁ ଭିକ ଆଣିବାକୁ ଯିବା ବେଳେ ଏମାନେ ଘର ଭିତରେ ପଶି ମୋବାଇଲ୍, ଲାପଟପ୍ ଭଳି ଛୋଟ ଛୋଟ ଜିନିଷ ଲୁଟ କରନ୍ତି । ମଞ୍ଚେଶ୍ବର ଥାନା ଅଞ୍ଚଳରେ ଚୋରି କରିବା ବେଳେ ଏଭଳି ଏକ ଗ୍ୟାଙ୍ଗକୁ ଗୋଡେଇ ଗୋଡେଇ ସହିଦନଗର ଅଞ୍ଚଳରୁ ଧରି ପୋଲିସ ଜିମା ଦେଇଛନ୍ତି ଲୋକେ । ସେମାନଙ୍କ ନିକଟରୁ ମୋବାଇଲ୍ ଜବତ ହୋଇଛି । ଏହି ଲୁଟେରା ଗ୍ୟାଙ୍ଗରେ ୩ ଜଣ ମହିଳାଙ୍କ ସହ ଜଣେ ଯୁବକ ମଧ୍ୟ ଅଛନ୍ତି । ଏମାନେ ସମସ୍ତେ ବିହାର ଅଞ୍ଚଳର ବୋଲି ଜଣାପଡିଛି । ଜଟଣୀ ରେଳବାଇ କଲୋନୀରେ ଏମାନେ ଡେରା ପକାଇଥିବା ଜଣାପଡିଛି । ଏମାନଙ୍କ ସହିତ ଆଉ କିଏ କିଏ ସାମିଲ । କେଉଁ କେଉଁ ଅଞ୍ଚଳ ଏମାନଙ୍କ ଟାର୍ଗେଟରେ । ଏସବୁ ଦିଗକୁ ନେଇ ସେମାନଙ୍କୁ ପଚରା ଉଚରା କରୁଛି କମିଶନରେଟ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.