Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୁହରେ ପୁଣି ମୋବାଇଲ ଏବଂ SMS ସେବା ବନ୍ଦ, ୧୪୪ ଧାରା ଲାଗୁ

15/09/2023 at 1:26 PM

ନୂଆଦିଲ୍ଲୀ ୧୫।୦୯: ହରିୟାଣାର ନୁହ ଜିଲ୍ଲାରେ ଜୁଲାଇ ୩୧ ହିଂସା ଘଟଣାରେ କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଗିରଫ କରିବାର କିଛି ଘଣ୍ଟା ପରେ ରାଜ୍ୟ ସରକାର ଶୁକ୍ରବାର ଦିନ ମୋବାଇଲ୍ ଇଣ୍ଟରନେଟ୍ ଏବଂ ଏସ୍ଏମ୍ଏସ୍ ସେବାକୁ ଦୁଇ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, T.V.S. ଏନ ପ୍ରସାଦଙ୍କ ଦ୍ଵାରା ଜାରି ଏହି ଆଦେଶରେ କୁହାଯାଇଛି, “ହରିୟାଣା ରାଜ୍ୟର ନୁହ ଜିଲ୍ଲାରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ରୋକିବା ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।  ଯାହା ସେପ୍ଟେମ୍ବର ୧୫ ତାରିଖ ସକାଳ ୧୦ ଟାରୁ ୧୬ ସେପ୍ଟେମ୍ଵର ରାତି ୧୧.୫୯ ଯାଏ ରହିବ ।  

ମୁଖ୍ୟ ଶାସନ ସଚିବ କହିଛନ୍ତି, “ସେପ୍ଟେମ୍ବର ୧୪ରେ ନେହୁର ଡେପୁଟି କମିଶନରଙ୍କ ଅନୁରୋଧ ଜରିଆରେ ଏହା ମୋ ନଜରକୁ ଆସିଛି ଯେ ଉତ୍ତେଜନା, ଆନ୍ଦୋଳନ, ସରକାରୀ ତଥା ବେସରକାରୀ ସମ୍ପତ୍ତି ନଷ୍ଟ ହେବା ଏବଂ ଜିଲ୍ଲାରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବିପଦ ରହିଛି। । ” ହରିୟାଣା ପୋଲିସ କହିଛି ଯେ ନୁହରେ ସାମ୍ପ୍ରଦାୟିକ ହିଂସା ପରେ ଫିରୋଜପୁର ଝିରର୍କା ବିଧାୟକ ଖାନଙ୍କୁ ପ୍ରାଥମିକ ଅଭିଯୁକ୍ତ ଭାବେ ନାମିତ କରାଯାଇଛି। ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା।

ମାମନ ଖାନ ଗିରଫ ହେବା ପରେ ସମଗ୍ର ନୁହ ଜିଲ୍ଲାରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଛି। କୋର୍ଟ କମ୍ପ୍ଲେକ୍ସରେ ଏବଂ ଆଖପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜୁଲାଇ ୩୧ ରେ ହିଂସାକାଣ୍ଡ ଘଟିବା ପରେ ହରିୟାଣା ସରକାର ମଧ୍ୟ ଗତ ମାସରେ ନହୁ ଜିଲ୍ଲାରେ ବହୁ ଦିନିଆ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିଲା ।

   Related Posts