PUBG ପ୍ଲେୟାରଙ୍କ ଲାଗି ଖୁସି ଖବର ! ପୁଣି ଭାରତକୁ ଫେରିପାରେ ଗେମ୍

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୯।୯: ଲୋକପ୍ରୀୟ ମୋବାଇଲ ଗେମିଂ ଆପ୍‌ ‘ପିୟୁବିଜି’ର ଭାରତରେ ପୁଣି ପ୍ରତ୍ୟାବର୍ତ୍ତନ ହୋଇପାରେ । ଭାରତ ସରକାରଙ୍କ ପଦକ୍ଷେପ ପରେ ଏହି ଗେମ୍‌ର ନିର୍ମାତା ଦକ୍ଷିଣ କୋରିଆ କମ୍ପାନୀ ଚୀନ୍‌ ସହ ସମସ୍ତ ସମ୍ପର୍କ ତୁଟାଇଛନ୍ତି। ଏବେ ପିୟୁବିଜି କର୍ପୋରେସନ ନିଜେ ଭାରତରେ ଏହି ଗେମିଂ ଆପ୍‌ର ସମସ୍ତ ଦାୟିତ୍ୱ ନିର୍ବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ଓ ଦକ୍ଷିଣ କୋରିଆ ବ୍ୟବସାୟୀକ ଓ ରାଜନୈତିକ ସମ୍ପର୍କ ଦୃଷ୍ଟିରୁ ଗେମିଂ ଆପ୍ ହୁଏତ ଖୁବ୍ ଶୀଘ୍ର ପୁଣି ତାର ପ୍ଲେୟରଙ୍କ ନିକଟକୁ ଫେରିବ ବୋଲି ଏବେ ଆଶା କରାଯାଉଛି।   

{"id":327403,"width":574,"height":323,"sizeSlug":"large"}

ଭାରତ ସରକାର ୧୧୮ ଚୀନ୍‌ ଆପ୍‌ ବିରୋଧରେ ନେଇଥିବା ପଦକ୍ଷେପରେ ପିୟୁବିଜି ଗେମିଂ ଆପ୍‌ ସମେତ ପିୟୁବିଜି ଲାଇଟ୍‌ ମଧ୍ୟ ଦେଶରେ ବନ୍ଦ ହୋଇଯାଇଥିଲା। ତେବେ ମାମଲାରେ ପିୟୁବିଜି କର୍ପୋରେସନ ପ୍ରଥମ ଥର ମୁହଁ ଖୋଲିଛନ୍ତି। ଏବେ ଭାରତରେ ଏହି ଗେମ ଆପ୍‌ର ପବ୍ଲିସିଂ ଓ ପ୍ରସାରର ଦାୟିତ୍ୱ ନିଜେ କମ୍ପାନୀ ସମ୍ଭାଳିବ। ଯେଉଁଥିରେ ଚୀନ୍‌ ଟେନସେଣ୍ଟର କୌଣସି ଭାଗିଦାରୀ ଅଥବା ଯୋଗଦାନ ରହିବ ନାହିଁ।

{"id":327404,"sizeSlug":"large"}

ଭାରତ ସରକାର ନେଇଥିବା ପଦକ୍ଷେପକୁ ପିୟୁବିଜି କର୍ପୋରେସନ ସମ୍ପୂର୍ଣ୍ଣ ବୁଝିଛି ଓ ଏହାକୁ ସମ୍ମାନ କରୁଛି। ଖେଳାଳିମାନଙ୍କର ସମସ୍ତ ତଥ୍ୟ ଓ ତାର ଗୋପନୀୟତାର ସୁରକ୍ଷା କମ୍ପାନୀର ଶୀର୍ଷ ପ୍ରାଥମିକତା ହେବ ବୋଲି କର୍ପୋରେସନ କହିଛନ୍ତି। ଏଣୁ ଆଶା କରୁଛୁ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଆପ୍‌ ଦ୍ୱିତୀୟବାର ଦେଶରେ କିପରି ପ୍ରଚଳନ ହେବ ତାର ସମାଧାନର ବାଟ ଖୋଜି କାଢୁଛୁ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

{"id":327407,"sizeSlug":"large"}

ସୂଚନା ଯୋଗ୍ୟଯେ ‘ପ୍ଲେୟାର ଅନନୋନ୍‌ ବେଟେଲ ଗ୍ରାଉଣ୍ଡ’ ଏକ ମୋବାଇଲ ଭର୍ସନ ଗେମିଂ ଆପ୍‌। ଏହାର ମାଲିକାନା ଦକ୍ଷିଣ କୋରିଆ କମ୍ପାନୀ ପିୟୁବିଜି କର୍ପୋରେସନଙ୍କ ନିକଟରେ ରହିଛି। ତେବେ ଚୀନ୍‌ର ଟେନସେଣ୍ଟ ହୋଲ୍ଡିଂସ ଏହାକୁ ଭାରତରେ ମାର୍କେଟିଂ କରୁଥିଲେ। ତେବେ କମ୍ପାନୀ ଏବେ ଚୀନ୍‌ ସଂସ୍ଥା ସହ ସମ୍ପର୍କ ତୁଟାଇବା ପରେ ଏବେ ନୂଆ କରି ଏହାକୁ ପବ୍ଲିଂ କରିବା ଲାଗି ଅନେକ ପ୍ଲାଟଫର୍ମରେ କାମ କରୁଛନ୍ତି। ଯାହାଦ୍ୱାରା ଖେଳାଳିଙ୍କୁ ପୂର୍ବାପେକ୍ଷା  ସର୍ବଶ୍ରେଷ୍ଠ ଅନୁଭବ ମିଳିପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.