ମଣିଷ ଶିକାର କଲା ସୁନ୍ଦରୀ : ଜଂଗଲରେ ଉତ୍ତେଜନାର ନିଆଁ, ଲୋକେ ଜାଳିଦେଲେ ଜିପ୍ ଆଉ ବିଟ୍ ହାଉସ
12/09/2018 at 8:03 PM

ଅନୁଗୁଳ୧୨|୯: ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଟିକରପଡା ପଞ୍ଚାୟତର ହାତୀବାରି ଗାଁର ମହିଳା କୈଳାସୀ ଗଡନାୟକଙ୍କୁ ବାଘୁଣୀ ସୁନ୍ଦରି ମାରିବା ଘଟଣାରେ ଉତ୍ତେଜନା ଦେଖାଦେଇଛି । ଜଂଗଲ ଭିତରେ ନିଆଁ ଲାଗିଯାଇଛି। ଉତ୍ୟକ୍ତ ଗେରାମବାସୀ ବନବିଭାଗର ବିଟ୍ ହାଉସକୁ ଜାଳିଦେବା ଗୋଟିଏ ଜିପ୍ କୁ ମଧ୍ୟ ପୋଡିଦେଇଛନ୍ତି।
ମୃତକଙ୍କ ପରିବାରକୁ ୫ଦଲକ୍ଷ ଟଂକା କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଅଡିବସିଛନ୍ତି। ଏଥି ସହ ବାଘୁଣୀ ସୁନ୍ଦରୀକୁ ଜଂଗଲ ମଧ୍ୟକୁ ନେବା ବ୍ୟବସ୍ଥା ନକଲେ ତାକୁ ମାରିଦିଆଯିବ ବୋଲି ଗ୍ରାମବାସୀ ଧମକ ଦେଇଛନ୍ତି। ପୋଲିସ ଏବଂ ବନବିବାଗ ଅଧିକାରୀ ଘଟଣା ସ୍ଥଳରେ ପହଂଚି ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଏଭଳି ପରିସ୍ଥିତିରେ ସୁନ୍ଦରୀର ଜୀବନ ପ୍ରତି ବିଦ ଥିବାରୁ ତାକୁ ନିଃଶ୍ଚେତକ ଦେଇ ପୁଣି ଏନକ୍ଲୋଜର ମଧ୍ୟକୁ ନେବା ଲାଗି ବନ ବିଭାଗ ଚିନ୍ତା କରୁଛି।
ସୂଚନାଯୋଗ୍ୟ ଯେ, ବାଘୁଣୀ ସୁନ୍ଦରୀକୁ ନେଇ ଦୀର୍ଘ ଦିନ ହେଲା ସାତକୋଶିଆ ଭିତରେ ଥିବା ବିଭିନ୍ନ ଗ୍ରାମବାସୀ ଆତଙ୍କିତ ହୋଇ ରହିଥିଲେ । ଇତି ମଧ୍ୟରେ ସୁନ୍ଦରୀ ଗୋଟିଏ ବାଛୁରୀକୁ ମାରିଥିଲା । ଏଥିରେ ଲୋକମାନେ ଅଧିକ ଭୟଭୀତ ହୋଇଥିଲେ । ସୁନ୍ଦରୀ ‘ବାଛୁରୀ ମାରିଲାଣି , ଯେ କୌଣସି ମୁହୁର୍ତ୍ତରେ ମଣିଷ ମାରିପାରେ’ ବୋଲି ବନ ବିଭାଗ ପାଖରେ ଆଶଂକା ପ୍ରକାଶ କରିଥିଲେ । ତେବେ ବନ ବିଭାଗ ଲୋକଙ୍କ ସୁରକ୍ଷା ଦୃଷ୍ଟିର କୌଣସି ପଦକ୍ଷେପ ନେଇନଥିଲା । ଫଳରେ ଆଜି ସ୍ପଷ୍ଟ ଦିବାଲୋକରେ ବାଘୁଣୀ ସୁନ୍ଦରୀ ମଣିଷ ଶିକାର କଲା ।