ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ରାଇଘର ବ୍ଳକର ତିନୋଟି ସ୍ଥାନରେ ମାଓ ପୋଷ୍ଟର ଓ ବ୍ୟାନର, ସଂରକ୍ଷଣ ନିୟମ ୨୦୨୨କୁ ପ୍ରତ୍ୟାହର ଦାବି

27/09/2022 at 2:21 PM

ଉମରକୋଟ ୨୭।୦୯ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକରେ ମାଓବାଦୀ ପୁଣି ସେମାନଙ୍କ ସ୍ଥିତି ଜାହିର କରିଛନ୍ତି । ରାଇଘର ବ୍ଲକର  ତିନୋଟି ସ୍ଥାନରେ ଲାଗିଛି ମାଓ ପୋଷ୍ଟର । ମାଓ ସଂଗଠନ “ଉଦନ୍ତି ଏରିଆ କମିଟି” ପକ୍ଷରୁ ପୋଷ୍ଟର ଲଗାଯାଇଛି  ।

ଖବର ଅନୁଯାୟୀ, ବର୍ତ୍ତମାନ ମାଓ ସଂଗଠନ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଉଛି । ସେପ୍ଟେମ୍ବର ୨୧ରୁ ୨୭ ତାରିଖ ଯାଏଁ ସହିଦ ସପ୍ତାହ ପାଳନ ଚାଲିଛି । ଏହିକ୍ରମରେ ରାଇଘର ବ୍ଲକର  ତିନୋଟି ସ୍ଥାନରେ ମାଓ ପୋଷ୍ଟର ଲାଗିଛି । ପୋଷ୍ଟରରେ ସଂରକ୍ଷଣ ନିୟମ ୨୦୨୨କୁ ପ୍ରତ୍ୟାହାର କରିବାକୁ ଉଲ୍ଲେଖ ରହିଛି । ଏହାସହ ପୋଲିସ ଇନଫର୍ମରକୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଏହି ଲେଖା ରହିଛି । ପୋଷ୍ଟର ଓ ବ୍ୟାନର ଲାଗିବା ପରେ ରାଇଘର ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

   Related Posts