ମୋ ସ୍କୁଲ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଲେ ଆଲୁମିନି ଆସୋସିଏସନ

Published By : Prameya-News7 Bureau | June 26, 2022 IST

ବାଲିପାଟଣା ୨୬/୦୬ : ମୋ ସ୍କୁଲ ଯୋଜନାରେ ଅନିୟମିତତା ଅଭିଯୋଗ। ବାଲିଅନ୍ତା ଶିକ୍ଷା ମଣ୍ଡଳ ପ୍ରତାପରୁଦ୍ରପୁରରେ ଥିବା ଜୟଦେବ ଉଚ୍ଚ ବିଦ୍ୟାଳୟକୁ ୫ଟି ମାଧ୍ୟମରେ ମୋ ସ୍କୁଲ୍‌ ଯୋଜନାରେ ସାମିଲ କରାଯାଇ ନବୀକରଣ ପାଇଁ ୩୫ ଲକ୍ଷ ଟଙ୍କା ଦିଆ ଯାଇଥିଲା। ମାତ୍ର ବିଦ୍ୟାଳୟର ସେଭଳି କୌଣସି ଆଖିଦୃଷ୍ଟିଆ ନବୀକରଣ କାର୍ଯ୍ୟ କରାଯାଇ ନାହିଁ।

କେବଳ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ ଏବଂ ଇ-ଲାବୋରେଟୋରୀ କାମ କରାଯାଇଛି। ତାହା ପୁଣି ଅଧପାନ୍ତରିଆ ଭାବେ ହୋଇଛି। ନବୀକରଣ ପାଇଁ ବାଲିଅନ୍ତା ବ୍ଲକ୍ ପ୍ରଶାସନ ୩୫ ଲକ୍ଷ ଟଙ୍କା ଦେଇ ଥିଲେ ମଧ୍ୟ ମାତ୍ର ୧୦ ରୁ ୧୫ ଲକ୍ଷ ଟଙ୍କାର କାମ ହୋଇଛି ବୋଲି ସ୍କୁଲ୍‌ର ଆଲୁମିନି ଆସୋସିଏସନ୍‌ର କର୍ମକର୍ତ୍ତାମାନେ ଅଭିଯୋଗ ଆଣିଛନ୍ତି। ବିଦ୍ୟାଳୟରେ ଭଲ ସାଇକେଲ ଷ୍ଟାଣ୍ଡ ନାହିଁ, ପଛ ପାଖରେ କୌଣସି ରଙ୍ଗ ଦିଆଯାଇନାହିଁ। ପୁରୁଣା ଶ୍ରେଣୀ ଗୃହରେ ରଙ୍ଗ ଲଗାଯାଇଛି। ରବିବାର ଆଲୁମିନି ଆସୋସିଏସନର ସଦସ୍ୟମାନେ ବିଦ୍ୟାଳୟରେ ପହଁଞ୍ଚି ନବୀକରଣ କାର୍ଯ୍ୟ ଦେଖିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ସଦସ୍ୟମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.