Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଟଣୀ ବାଇପାସ୍ ଓଭର ବ୍ରିଜ୍ ଉପରେ ଦୁର୍ଘଟଣା, ମୋ’ବସ- ଟ୍ରକ୍‌ ମୁହାଁମୁହିଁ ଧକ୍କା

30/04/2023 at 12:35 PM

ଖୋର୍ଦ୍ଧା ୩୦/୦୭: ଖୋର୍ଦ୍ଧା ଜଟଣୀ ବାଇପାସ୍ ଓଭର ବ୍ରିଜ୍ ଉପରେ ମୋ’ବସ- ଟ୍ରକ୍‌ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ପରେ ଟ୍ରକ୍ କ୍ୟାବିନ୍‌ରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର । ଏଥି ସହିିିତ କିଛି ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଇମ୍ଫାଭ୍ୟାଲି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ ।

ଟ୍ରକ୍ କ୍ୟାବିନ୍‌ରେ ଚାପି ହୋଇ ରହିଥିବା ଚାଳକଙ୍କୁ କଟର ସାହାଯ୍ୟରେ ଆଗକୁ କାଟି ବାହର କରିବାକୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଥିଲା । ସୂଚନାଥାଉକି, ଖୋର୍ଦ୍ଧା ଜଟଣୀ ବାଇପାସ୍ ଓଭର ବ୍ରିଜ୍ ଉପରେ ମୋ ବସଟି ବିପରୀତ ଦିଗରୁ ଆସୁଥିବା ଏକ ଆଇଚର୍ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ କ୍ୟାବିନ୍‌ରେ ଥିବା ଡ୍ରାଇଭର ଜଣକ ଚାପି ହୋଇ ରହିଯାଇଥିଲେ ।

   Related Posts