ସମ୍ବଲପୁରରେ ମୋ ବସ୍ ସେବା ବନ୍ଦ, ଦାବିରେ ଅଡି ବସିଛନ୍ତି ମହିଳା କର୍ମଚାରୀ

Published By : Prameya-News7 Bureau | October 28, 2024 IST

ସମ୍ବଲପୁର ୨୮/୧୦: ସମ୍ବଲପୁର ସହରରେ ଆଜି ମୋ ବସ୍ ବନ୍ଦ । ମୋ ବସ୍ ବନ୍ଦ କରିଛନ୍ତି କର୍ମଚାରୀ । ମହିଳା କର୍ମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ ବସ୍, ପ୍ରବଳ ଭିଡ଼ ହେଉଥିବାରୁ ଟିକେଟ କାଟିବାକୁ ଅସୁବିଧା ସହ ଅନେକ ସମସ୍ୟାର ସମାଧାନ ପାଇଁ ବନ୍ଦ ରହିଛି ମୋ ବସ୍ । 

ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ବନ୍ଦ ରହିବ ବସ ସେବା । ସେପଟେ ଅନେକ ସମୟରେ ଦରମା କାଟ ହେଉଥିବାରୁ ଆଜି ଧାରଣାରେ ବସିଛନ୍ତି ମହିଳା କର୍ମଚାରୀ । ସୂଚନା ଥାଉକି, ଅନେକ ଦିନ ଧରି ନିଜର ଅସୁବିଧା ସଂପର୍କରେ ଅବଗତ କରାଇ ଆସୁଛନ୍ତି ବସ୍‌ରେ ମହିଳା କର୍ମଚାରୀ । 

ତେବେ ତାଙ୍କ ଦାବିକୁ ଅଣଦେଖା କରୁଛି ପ୍ରଶାସନ । ଶେଷରେ ଅନ୍ୟ ଉପାୟ ନପାଇ ବାଧ୍ୟହୋଇ ଧାରଣାରେ ବସିଛନ୍ତି କର୍ମଚାରୀ । ଆଉ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଧାରଣା କରିବେ ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ ବସ୍ ନଗଡିବାରୁ ହନ୍ତସନ୍ତ ଯାତ୍ରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.