ସାବଧାନ ! ଟ୍ରେନଭଳି ଏଥର ମୋ ବସରେ ବି ହେବ ଚେକିଂ, ଟିକଟ ନକରିଥିଲେ ଗଣିବେ ତଣ୍ଡ

Published By : Prameya-News7 Bureau | July 30, 2019 IST

ଭୁବନେଶ୍ବର୩୦|୭: ଆପଣ ମୋ ବସ ରେ ଯାତ୍ରା କରୁଛନ୍ତି କି । ଯଦି ହଁ ତେବେ ବସ ରେ ଯାତ୍ରା ସମୟରେ ଟିକେଟ କରିବା ନେଇ ସଚେତନ ରୁହନ୍ତୁ । ନହେଲେ ଦେବାକୁ  ପଡିବ ଫାଇନ୍ । ସରକାରୀ  ବସ ହେଉ ବା ଟ୍ରେନ ଯା୍ତ୍ରା ସମୟରେ ଟିକେଟ ନକରିବା ହେଉଛି ଦଣ୍ଡନିୟ ଅପରାଧ । କିନ୍ତୁ ଅନେକ ସମୟରେ ଦେଖାଯାଏ କିଛି ଯାତ୍ରୀ ଏହାକୁ ଫାଙ୍କି ଚାଲିଯିବାକୁ ଉଦ୍ୟମ କରନ୍ତି ।

ତେବେ ଏନେଇ ମୋଟର ଭେଇକିଲ ଆକ୍ଟ  ରହିଛି ଯାହାଦ୍ବାରା ଯଣେ ଯାତ୍ରୀ ଟିକେଟ ନକରିଥିଲେ ତାଙ୍କଠୁ ଦଣ୍ଡନିୟ ଅପରାଧ ଭାବରେ , ପାସେଞ୍ଜର ପେନାଲଟି ନିଆଯାଏ । । ତେବେ ଅନ୍ୟ ବଡ ବଡ ସହର ଭଳି ଏବେ ଟିକେଟ ନକରିଥିଲେ ଫାଇନ ଆଦାୟ ନିୟମକୁ କଡାକଡି ଭାବେ ଅଗଷ୍ଯ ପ୍ରଥମ ସପ୍ତାହରୁ ପାଳନ କରିବେ ସରକାର ।ଯାହାକି ୧୦୦ରୁ ୫ସହ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

ତେବେ ଦିଲ୍ଲୀ,ମୁମ୍ବାଇ,ବାଙ୍ଗାଲୋର ଆଦି ବିଭିନ୍ନ ବଡ ବଡ ସହରରେ ସରକାରି ବସ ଗୁଡିକରେ ଏହି ପ୍ରକ୍ରିୟା କାର୍ଯ୍ୟକାରି ହୋଇ ସାରିଛି ।ଏହି ନିୟମ ଅନୁଯାୟି ରାସ୍ତା କେଉଁବି ସ୍ଥାନରେ ଅଧିକାରୀମାନେ  ଗାଡି ଅଟକାଇ ଟିକେଟ ଯାଞ୍ଚ କରିବା ସହ ଫାଇନ ମଧ୍ୟ କଷି ଥାନ୍ତି । ତେବେ ରାଜଧାନୀରେ ଖୁବ ଶିଘ୍ର ଏହା କାର୍ଯ୍ୟକାରୀ କରିବେ ସରକାର । । ତେବେ ଏହାଦ୍ବାରା ରାଜସ୍ବ ବୃଦ୍ଧିହେବା ସହ ଲୋକଙ୍କ ମଧ୍ୟରୁ ଠକିବା

ମୋ ବସରେ ଯାତ୍ରା କରୁଥିବା ଏଭଳି ପଦ​‌କ୍ଷେପ କୁ ସ୍ବାଗକ  କରିଛନ୍ତି ଯାତ୍ରୀ ।ତେବେ ପ୍ରତ୍ୟେକ ଯାତ୍ରୀ  ଉଚିତ ଗନ୍ତବ୍ୟସ୍ଥଳରୁ ନିଜ ଟିକେଟ କଲେକସନ କରି ନେବା ହେଉଛି କର୍ତବ୍ୟ ।ଯାହା ଦ୍ବାରା ସମ୍ମାନଜନକ ଯାତ୍ରା କରିବା ସହ ବେଆଇନ କାର୍ଯ୍ୟରୁ ନିଜକୁ ଦୁରେଇ ରଖିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.